ETV Bharat / state

ଓଡିଶାର ଶାସନ ଠିକାରେ ଦେଇ ଦିଆଯାଇଛି: ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ଗସ୍ତରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଶାସନ ଠିକାରେ ଦେଇ ଦିଆଯାଇଛି ବୋଲି କହିଲେ ଧର୍ମେନ୍ଦ୍ର। ଅଧିକ ପଢନ୍ତୁ

dharmendra pradhan target odisha government

author img

By

Published : Jun 27, 2023, 6:23 PM IST

ଓଡିଶାର ଶାସନ ଠିକାରେ ଦେଇ ଦିଆଯାଇଛି

ଢେଙ୍କାନାଳ: ଦୁଇ ଦିନିଆ ଢେଙ୍କାନାଳ ଗସ୍ତରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର। ଓଡିଶାରେ ଗୋଟିଏ ଗରିବ ବିରୋଧି ସରକାର ଥିବା କାରଣରୁ ଶାସନ ଠିକାରେ ଦେଇ ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର। 50 ପ୍ରତିଶତ ଲାଞ୍ଚ ନଦେଲେ ଏଠାରେ କାମ ହେଉନି। ଓଡିଶା ବର୍ତ୍ତମାନ ସଙ୍ଗୀନ ଅବସ୍ଥାରେ ରହିଛି। ଭାରତୀୟ ଜନତା ପାର୍ଟି ବ୍ୟାପକ ଜନଜାଗରଣ ଦ୍ବାରା ମୌଳିକ ପରିବର୍ତ୍ତନ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଓଡିଶାରେ ଗୋଟିଏ ଗରିବ ବିରୋଧି ସରକାର ଥିବା କାରଣରୁ , ସମ୍ବଦନହୀନ ସରକାର ଥିବା କାରଣରୁ ଓ ଅପାରାଗ ସ୍ଥାଣୁ ଲୋକମାନଙ୍କ ହାତରେ ଦାୟିତ୍ବ ଥିବା କରାଣରୁ ଏଠି ଦାୟିତ୍ବ କାହା ହାତରେ ଅଛି ଜଣା ନାହିଁ। ଗଣମାଧ୍ୟମରେ ବିତର୍କ ହେଉଛି ଶାସନ କିଏ ଚଳାଉଛି। ଏହାକୁ ଠିକାରେ ଦେଇ ଦିଆଯାଇଛି। 50 ପ୍ରତିଶତ ଲାଞ୍ଚ ନଦେଲେ କାମ ହେଉନି। ଏମାନେ ଜିରୋ ଟେଲରାନ୍ସ ନୀତି କହୁଛନ୍ତି। 2018 ମସିହାରେ ଭିଜିଲାନ୍ସ କେସରେ ନିଲମ୍ବିତ ହୋଇଥିବା ବିଡିଓଙ୍କୁ ପୁଣି 2020ରେ ପୁଣି ଥରେ ନିଯୁକ୍ତି ପାଇଥିଲେ। ତାଙ୍କ ଘରୁ ବିଡା ବିଡା ସଦୃଶ ଟଙ୍କା ମିଳେ। ବିଗତ 6 ମାସରୁ 25ରୁ ଉର୍ଦ୍ଧ୍ବ ଅଧିକାରୀଙ୍କ ଠାରୁ 100 କୋଟି ଟଙ୍କା ନଗଦ ମିଳିଛି। ସୁନା, ରୂପା ଗାଡି ଜବତ ହେବା ସହ ବେନାମି ଆକାଉଣ୍ଟ ରହିଛି । ଯାହାର ହିସାବ ନାହିଁ। ଲୋକମାନେ ବିଶ୍ବାସ କରିକି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଲେ, ତାଙ୍କର ମନ୍ତ୍ରୀମଣ୍ଡଳ ମଧ୍ୟ ରହିଛି । ବିଧାୟକ ଓ ସାଂସଦ ମାନେ ମଧ୍ୟ ଅଛନ୍ତି। ତାଙ୍କର କିନ୍ତୁ ଦେଖା ନାହିଁ। ଯେଉଁ ବ୍ୟକ୍ତିଙ୍କର ପ୍ରାୟୋଜନ କରାଯାଉଛି, ସେହି ବ୍ୟକ୍ତି ମାନେ 50 ପ୍ରତିଶତ ଦୁର୍ନୀତିର ମୁଖ୍ୟ ସୁତ୍ରଧର। ଗଣମାଧ୍ୟମ ସେ ଫଟୋକୁ ଭାଇରାଲ କରାଉଛନ୍ତି। ଓଡିଶା ବର୍ତ୍ତମାନ ସଙ୍ଗୀନ ଅବସ୍ଥାରେ ରହିଛି। ସମୟ ଆସିଛି ପରିବର୍ତ୍ତନର। ଭାରତୀୟ ଜନତା ପାର୍ଟି ବ୍ୟାପକ ଜନଜାଗରଣ ଦ୍ବାରାୱ ମୌଳିକ ପରିବର୍ତ୍ତନ କରିବ ।''

ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରୁଛି ଭାରତୀୟ ଜନତା ପାର୍ଟି । ଏହାକୁ ଦୃଷ୍ଟିରେ ରଖି ଦୁଇଦିନିଆ ଢେଙ୍କାନାଳ ଗସ୍ତରେ ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସୋମବାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗୁଡ଼ିଆକାଟେଣି ଠାରେ ଆୟୋଜିତ ବିଜେପିର ସଂଯୁକ୍ତ ମୋର୍ଚ୍ଚା ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ସନ୍ଧ୍ୟା ୫ଟା ୨୦ମିନିଟରେ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ବିଜେପି ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୯ବର୍ଷର ସେବା ଓ ସୁଶାସନ ପାଇଁ ଖାଲି ଭାରତବର୍ଷ ନୁହଁ ସେ ସମଗ୍ର ବିଶ୍ୱରେ ଜଣେ ଜନପ୍ରିୟ ଗରିବଙ୍କ ନେତା ପାଲଟିଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଢେଙ୍କାନାଳ ବିଶେଷ ଲାଭ ପାଇଛି ।

ଏହା ମଧ୍ୟ ପଢନ୍ତୁ-Angul-Dhenkanal Politics: ମହେଶଙ୍କ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ ଘଟଣା, ସାଂସଦ କଣ ବିକାଶ କରିଛନ୍ତି ହିସାବ ମାଗିଲେ ରୁଦ୍ର

ମୋଦିଜୀ ୯ ବର୍ଷରେ ଓଡିଶା ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସ ଘର, ପାଇଖାନା, ଉଜ୍ଜଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇଛନ୍ତି। ଏଥି ପାଇଁ ଢେଙ୍କାନାଳ ଜିଲ୍ଲାର ୨ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୩ଲକ୍ଷ ୨୫ ହଜାର ୪୬୬ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ୩ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା। ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି ।

ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଠିରେ ଏହି ଅଞ୍ଚଳରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ସମେତ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି ବୋଲି କହିଥିଲେ ଧର୍ମେନ୍ଦ୍ର।

ଆଜି ଦେଶରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ କରିଥିବା କାମକୁ ଅନ୍ୟ ରାଷ୍ଟ୍ରମାନେ ଅନୁସରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ବଳାରେ ଗ୍ୟାସ ଭଳି ଯୋଜନା ଓଡ଼ିଶା ସମେତ ଭାରତବର୍ଷର ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ-ସବକା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ବୋଲି ଅଭିଭାଷଣରେ କହିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳର ବିଜେପି ସଭାପତି ନରେଶ ମହାପତ୍ର , ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ପାଣି, ହିନ୍ଦୋଳର ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପ୍ରମୁଖ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଆଜି କପିଳାଶପୀଠର ଉନ୍ନତିକରଣ ସମୀକ୍ଷା କରିବା ସହ ଗଁନ୍ଦିଆ ଠାରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.