ଢେଙ୍କାନାଳ: କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ଜୋର ଧରିଛି। ବୁଧବାର ଏନେଇ ରାଜ୍ୟ ସୂଚନା ଅଧିକାର କର୍ମୀ ଢେଙ୍କାନାଳରେ ଏକ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି ।
ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଛନ୍ତି । ଏହାସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ