ଢେଙ୍କାନାଳ: ସହରରେ କ୍ୟାନସର ହସ୍ପିଟାଲ ପାଇଁ ଦାବି କଲା ଯୁବ ସଙ୍ଗଠନ । ଢେଙ୍କାନାଳ ସଦର ମହକୁମାରେ ଥିବା ପୁରୁଣା ଡାକ୍ତରଖାନାକୁ କ୍ୟାନସର ହସ୍ପିଟାଲ କରିବାକୁ ଦାବି କରି ଯୁବ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଢେଙ୍କାନାଳ ସଦର ମହକୁମାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନୂଆ ବିଲ୍ଡିଂକୁ ସ୍ଥାନାନ୍ତରିତ ପରେ ପୁରୁଣା ବିଲ୍ଡିଂ ପରିତ୍ୟକ୍ତ ହୋଇ ପଡିରହିଛି । ଫଳରେ ଜିଲ୍ଲାରେ କ୍ୟାନସର ହସ୍ପିଟାଲର ଜରୁରୀ ହୋଇ ପଡିଥିବାବେଳେ ଏହି ପୁରୁଣା ଡାକ୍ତରଖାନାକୁ କ୍ୟାନସର ହସ୍ପିଟାଲ ଭାବେ କାର୍ଯ୍ୟ କରିବାକୁ ଦାବି କରାଯାଇଛି । ଯାହାଫଳରେ ଢେଙ୍କାନାଳ ଜିଲ୍ଲା ସମେତ ଆଠଗଡ, ଯାଜପୁର, ଅନୁଗୁଳ ଓ କେନ୍ଦୁଝର ଆଦି ଆଖପାଖ ଅଞ୍ଚଳର କ୍ୟାନସର ରୋଗୀମାନେ ଉପକୃତ ହୋଇପାରିବେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ