ETV Bharat / state

କୋରୋନା ଭୟ, କୋର୍ଟ ପରିସରରେ 2 ଦିନ ହେଲା ପଡିଛି ମୃତଦେହ

author img

By

Published : Oct 8, 2020, 8:53 PM IST

କୋରୋନା ଭୟ ଯୋଗୁଁ ଲୋକମାନେ ମାନବିକତା ହରାଇ ବସିଛନ୍ତି । କୋରୋନା ମହାମାରୀ ସମୟରେ ଏଭଳି ଅନେକ ଘଟଣା ସାମନାକୁ ଆସିଲାଣି । ତେବେ ଏଭଳି ଆଉ ଏକ ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୨ରେ ଘଟିଛି । କୋର୍ଟ ପରିସରରେ 2ଦିନ ଧରି ଜଣେ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ଢେଙ୍କାନାଳ: ଜିଲ୍ଲାର ପୁରୁଣା ପରିତ୍ୟକ୍ତ କୋର୍ଟ କାର୍ଯ୍ୟାଳୟ ପରିସରରେ 2ଦିନ ଧରି ଜଣେ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି । କୋରୋନା ଭୟରେ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ମରଶରୀର ପାଖ ମାଡି ନାହାନ୍ତି । ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ତେବେ ମୃତକ ଜଣକ ହେଉଛନ୍ତି ଭୁବନ ଅଞ୍ଚଳରେ ରହୁଥିବା 52 ବର୍ଷୀୟ ରବି ନାରାୟଣ ମେହେଣା । ସେ ଭୁବନର ସାହି ପଡିଶାଙ୍କ ପିଣ୍ଡାରେ ଦୁଇ ଝିଅ ଓ ସ୍ତ୍ରୀଙ୍କ ସହ ରହି ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ କିଛି ଦିନ ହେବ ରବିନାରାୟଣ ଅସୁସ୍ଥ ଥିଲେ ଏବଂ ବୁଧବାର ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କ ମୃତଦେହ 2ଦିନ ଧରି ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୨ ଅନ୍ତର୍ଗତ ପୁରୁଣା ପରିତ୍ୟକ୍ତ କୋର୍ଟ କାର୍ଯ୍ୟାଳୟ ପରିସରରେ ପଡିରହିଛି । ମୃତକଙ୍କ ପାଞ୍ଚ ଭାଇ ଥିଲେ ମଧ୍ୟ ମରଶରୀରର ଅନ୍ତୀମ ସଂସ୍କାର ପାଇଁ କେହି ଆସୁନଥିବା ଦେଖାଦେଇଛି । ଏ ସମ୍ପର୍କରେ ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.