ETV Bharat / state

ହସ୍ପିଟାଲରୁ ଗାଏବ କୋଭିଡ୍ ଆକ୍ରାନ୍ତ, ଖୋଜି ଖୋଜି ନୟାନ୍ତ ପରିବାର ଲୋକେ - district administration silent in patient missing case

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କୋଭିଡ ସଂକ୍ରମିତ ୭୦ ବର୍ଷୀୟ ବୃଦ୍ଧଙ୍କ ଆଉ ପତ୍ତା ମିଳୁନି । ଘଟଣାକୁ 15 ଦିନ ବିତିଯାଇଥିଲେ ବି ପ୍ରଶାସନ ଚୁପ୍ ବସିଛି । ଅଧିକ ଖବର ପଢନ୍ତୁ...

ହସ୍ପିଟାଲରୁ ଗାୟବ କୋଭିଡ୍ ଆକ୍ରାନ୍ତ, ଖୋଜି ଖୋଜି ନୟାନ୍ତ ପରିବାର ଲୋକେ

author img

By

Published : Oct 17, 2020, 9:22 AM IST

ଢେଙ୍କାନାଳ: ହସ୍ପିଟାଲରୁ ନିଖୋଜ କୋଭିଡ୍ ସଂକ୍ରମିତ। ଖୋଜି ଖୋଜି ନୟାନ୍ତ ପରିବାର ହେଲେ ବୃଦ୍ଧଙ୍କ ପତ୍ତା ମିଳୁନି । ନିଖୋଜ ବୃଦ୍ଧ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମର ଦୁର୍ଯୋଧନ ବେହେରା।

ହସ୍ପିଟାଲରୁ ଗାୟବ କୋଭିଡ୍ ଆକ୍ରାନ୍ତ, ଖୋଜି ଖୋଜି ନୟାନ୍ତ ପରିବାର ଲୋକେ

ଗତ ସେପ୍ଟେମ୍ବର ୨୯ ତାରିଖରେ ଜ୍ବର ଯୋଗୁଁ ବୃଦ୍ଧ ଜଣକ ତାଙ୍କ ପରିବାର ସହ ଆସିଥିଲେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ । ମାତ୍ର କୋଭିଡ ଟେଷ୍ଟ ପରେ ପଜିଟିଭ ଆସିବାରୁ ତାଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ପରଦିନ ତାଙ୍କ ପୁଅ ଲୁଗାପଟା ଦେବାପାଇଁ ଯିବାବେଳେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରିଦେଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ମାତ୍ର ତା ପରଠାରୁ ଆଉ ବାପାଙ୍କ ଖୋଜ ଖବର ପାଉନଥିବା ପ୍ରକାଶ କରିଛନ୍ତି ତାଙ୍କ ପୁଅ ।

ଇତି ମଧରେ ବିତିଗଲାଣି ୧୫ଦିନ । କଟକ ଏସସିବିରେ ଏପରି କେହି ନଥିବା ମନା କରିବା ପରେ ଚିନ୍ତାରେ ପଡିଯାଇଛନ୍ତି ପରିବାର ଓ ଗ୍ରାମବାସୀ I ତଥାପି ଚୁପ ହୋଇ ବସି ବସି ପଡିଛନ୍ତି ପ୍ରଶାସନ । ଫଳରେ ଢେଙ୍କାନାଳ ସିଡିଏମଓ ,ଜିଲ୍ଲାପାଳ ଓ କଟକ ଏସସିବିକୁ ଧାଇଁ ଧାଇଁ ନିଖୋଜ ବୃଦ୍ଧଙ୍କ ପରିବାର ସମ୍ପୂର୍ଣ୍ଣ ନିରାଶ ।

ଗତ ୨୯ ତାରିଖରେ ଡାକ୍ତରଖାନାକୁ ଆସିଥିବା ନିଖୋଜ ବୃଦ୍ଧଙ୍କ ପତ୍ନୀ ଖସିପଡିବାରୁ ଗୋଡ଼ ଭାଙ୍ଗି ଘରେ ପୀଡିତ। ଆର୍ଥିକ ଅନାଟନରେ ପେଷି ହେଉଥିବା ଏହି ପରିବାରର ଏପରି ଦୁର୍ଦ୍ଦଶାରେ । ଫଳରେ ପ୍ରଶାସନର ଏପରି ଖାମ ଖିଆଲି ମନୋଭାବରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ବୃଦ୍ଧଙ୍କ ପରିବାର ଢେଙ୍କାନାଳ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି । କୋଭିଡ୍ ଆକ୍ରାନ୍ତ ବୃଦ୍ଧଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏ ସମ୍ପର୍କରେ ସିଡିଏମଓଙ୍କୁ ଦାୟିତ୍ବ ଦେଇଥିଲି ବୋଲି ସଫେଇ ଦେଇଛନ୍ତି ଜିଲ୍ଲାପାଳ । ଏବେ ପ୍ରଶ୍ନ ଉଠୁଛି , କୁଆଡେ ଗଲେ ଦୁର୍ଯୋଧନ ? ତାଙ୍କୁ ପତ୍ତା କରିବାର ଦାୟିତ୍ୱ କାହାର ?

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.