ETV Bharat / state

ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ - bega panchayat sarapanch

ଗଁଦିଆ ବ୍ଲକ ବେଗା ପଞ୍ଚାୟତର ସରପଞ୍ଚଙ୍କ ନାମରେ କାମ ନକରି ମିଥ୍ୟା ବିଲରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସରପଞ୍ଚ ସୁଧାଂଶୁବାଳା ସାହୁଙ୍କ ବହିଷ୍କାର ଦାବି କଲେ ଲୋକେ ।

bega panchayat sarapanch
ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ
author img

By

Published : Dec 12, 2019, 10:07 PM IST

ଢେଙ୍କାନାଳ: ଗଁଦିଆ ବ୍ଲକ ବେଗା ପଞ୍ଚାୟତର ସରପଞ୍ଚଙ୍କ ନାମରେ କାମ ନକରି ମିଥ୍ୟା ବିଲରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସରପଞ୍ଚ ସୁଧାଂଶୁବାଳା ସାହୁଙ୍କ ବହିଷ୍କାର ଦାବି କଲେ ଲୋକେ । ଢେଙ୍କାନାଳ ଉପ ଆରକ୍ଷୀ ଅଧୀକ୍ଷକ, ଗଁଦିଆ ବିଡିଓ ଓ ଅତିରିକ୍ତ ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ ।

ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ

ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ କିଛି କାର୍ଯ୍ୟ କରାନଯାଇ ଲକ୍ଷେ ପଚାଶ ହଜାର, କରଡାବଣୀ ଗ୍ରାମରେ ଡ୍ରେନ୍ ନଥାଇ ଡ୍ରେନ୍ ସଫା ନିମନ୍ତେ ଦଶ ହଜାର, ପଞ୍ଚାୟତ କାର୍ଯ୍ୟାଳୟର ରକ୍ଷଣା-ବେକ୍ଷଣା ନିମନ୍ତେ ଲକ୍ଷେ ଏଗାର ହଜାର, ପାଞ୍ଚକେନ୍ଦୁ ମହାଦେବ ପୋଖରୀକୁ କାମ ନକରି ଦୁଇ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ହଡପ କରିଥିବା ଅଭିଯୋଗ ହୋଇଛି ।

ଏଥିରେ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ବ୍ଲକ ଅଧିକାରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏହାର ତଦନ୍ତ କରି ପ୍ରଶାସନ ଦୃଢ କାର୍ଯାନୁଷ୍ଠାନ ନେବା ପାଇଁ କହିବା ସହ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଅନର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ ।

ସେପଟେ ଦୁଇ ମାସ ହେବ କାର୍ଯ୍ୟରେ ଯୋଗଦେଇଥିବା ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପାଖରେ ଏନେଇ କୌଣସି ଅଭିଯୋଗ ନଥିବା ସେ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଦୁର୍ନିତିଗ୍ରସ୍ତ ଅଭିଯୋଗ ଉଠାଇ ସରପଞ୍ଚଙ୍କ ବହିଷ୍କାର ଦାବି / ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବେଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ପଞ୍ଚାୟତବାସୀ
ଆଙ୍କର- ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବେଗା ଗ୍ରାମପଞ୍ଚାୟତର ସରପଞ୍ଚ ସୁଧାଂସୁବାଳା ସାହୁ ବିଭିର୍ଣ୍ଣ କାର୍ଯ୍ୟ ନକରି ମିଥ୍ୟା ବିଲରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ପଞ୍ଚାୟତ ବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଗୁରୁବାର ପଞ୍ଚାୟତର ଶହଶହ ଲୋକେ ଏହି ବେଗା ପଞ୍ଚାୟତ କାର୍ଯାଳୟକୁ ଘେରାଉ କରି ସରପଞ୍ଚଙ୍କ ବହିଷ୍କାର ଦାବିରେ ଅଡି ବସିଥିଲେ। ଫଳରେ ବ୍ୟାପକ ଉତ୍ବେଜନା ପ୍ରକାଶ ପାଇଥିଲା ।
Body:ଏହି ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ କିଛି କାର୍ଯ୍ୟ କରାନଯାଇ ଏକ ଲକ୍ଷ ପଚାଶ ହଜାର ମିଥ୍ୟା ବିଲ୍, କରଡାବଣୀ ଗ୍ରାମରେ ଡ୍ରେନ୍ ନଥାଇ ଡ୍ରେନ୍ ସଫା ନିମନ୍ତେ ଦଶ ହଜାର ମିଥ୍ୟା ବିଲ୍, ପଞ୍ଚାୟତ କାର୍ଯ୍ୟାଳୟର ରକ୍ଷଣା, ବେକ୍ଷଣା ନିମନ୍ତେ ଏକ ଲକ୍ଷ ଏଗାର ହଜାର ଟଙ୍କା ମିଥ୍ୟା ବିଲ୍, ପାଞ୍ଚକେନ୍ଦୁ ମହାଦେବ ପୋଖରୀକୁ କାମ ନକରି ଦୁଇ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ହଡପ ଅଭିଯୋଗ । ଏହି ମିଥ୍ୟା ବିଲକରି ଟଙ୍କା ହଡପରେ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ବ୍ଲକ ଅଧିକାରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ ।ଏହିପରି ଆହୁରି ଅନେକ କାର୍ଯ୍ୟକୁ ମିଥ୍ୟା ବିଲ ହଡପ କରିଥିବା ଅଭିଯୋଗ କରିବା ସହିତ ବେଗା ପଞ୍ଚାୟତ ସରପଞ୍ଚଙ୍କୁ ବହିଷ୍କାର ଦାବି କରିଛନ୍ତି ପଞ୍ଚାୟତବାସୀ ।ଯଦି ପ୍ରଶାସନ ଦୃଢ କାର୍ଯାନୁଷ୍ଠାନ ନନିଏ ତେବେ ଅନର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନି ଦେଇଛନ୍ତି ପଞ୍ଚାୟତବାସୀ ।ଦୁଇ ମାସ ହେବ କାର୍ଯ୍ୟରେ ଯୋଗଦେଇଥିବା  ପଞ୍ଚାୟତର ନିର୍ବାହୀଅଧିକାରୀ ଙ୍କ ପାଖରେ କୌଣସି ଅଭିଯୋଗ ନଥିବା କହିଛନ୍ତି ।

Conclusion: ଢେଙ୍କାନାଳ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀହର୍ଷ ମିଶ୍ର , ଗଁଦିଆ ବିଡିଓ  କିଶୋର ସାହୁ , ଅତିରିକ୍ତ ତହସିଲଦାର ମାନସ ମିଶ୍ର ପହଁଚି ଉତ୍ୟକ୍ତ ପଞ୍ଚାୟତବାସୀଙ୍କୁ ବୁଝାସୁଝା କରି ଦଶ ଦିନ ସମୟ ପ୍ରଦାନ କରିବା ପରେ ଆନ୍ଦୋଳନ ହଟିଥିଲା। ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.