ETV Bharat / state

ଢେଙ୍କାନାଳରୁ ପୁଣି 71 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସୋମବାର ଜିଲ୍ଲାରେ ୭୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳରେ ପୁଣି 71 ଜଣ କୋରୋନା ଆକ୍ରାନ୍ତ
ଢେଙ୍କାନାଳରେ ପୁଣି 71 ଜଣ କୋରୋନା ଆକ୍ରାନ୍ତ
author img

By

Published : Sep 21, 2020, 5:17 PM IST

ଢେଙ୍କାନାଳ: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସୋମବାର ଜିଲ୍ଲାରେ ୭୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୩୧୨୧ରେ ପହଞ୍ଚିଛି।

ଏମାନଙ୍କ ମଧ୍ୟର ୪୦ଜଣ ହୋମକ୍ବାରେଣ୍ଟାଇନରୁ, କଟକ ଓ ଭୁବନେଶ୍ବର ହସ୍ପିଟାଲରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ସହର ଓ ଭୁବନରୁ ୧୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ କରାଯାଇଛି। ସେହିପରି ପରଜଙ୍ଗ, ହିନ୍ଦୋଳ, ଭୁବନ ଏନଏସିରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନଏସିରୁ ୧୧ଜଣ, ଓଡାପଡା ଓ ସଦରରୁ 5 ଲେଖାଏଁ, କାମାକ୍ଷାନଗରରୁ 6 ପଜିଟିଭ ଚିହ୍ନଟ କରାଯାଇଛି।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେପଟେ ୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୧୨୧ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ସେଥିମଧ୍ୟରୁ ୨୫୬୭ ଜଣ ସୁସ୍ଥହୋଇ ଫେରିଥିବା ବେଳେ ୫୫୨ ଜଣ ଚିକତ୍ସିତ ହେଉଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.