ETV Bharat / state

କୋରୋନା ମୁକାବିଲା ପାଇଁ ଢେଙ୍କାନାଳରେ ୧୪୪ ଧାରା ବଳବତ୍ତର

କୋରୋନା ଭାଇରସକୁ ମୁକାବିଲା ପାଇଁ ଢେଙ୍କାନାଳରେ ୧୪୪ ଧାରା ଜାରି ରହିଥିଲାବେଳେ ସ୍କୁଲ, କଲେଜ, ସପିଂମଲ ବନ୍ଦ ରହିଛି। ଆଇନଜୀବୀମାନେ ସ୍ବେଚ୍ଛାକୃତ ଭାବେ ମାସ୍କ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଛି l ଅଧିକ ପଢନ୍ତୁ...

author img

By

Published : Mar 18, 2020, 9:15 PM IST

corona-precaution-in-dhenkanal-article144-imposed
କୋରୋନା ମୁକାବିଲା ପାଇଁ ଢେଙ୍କାନାଳରେ ୧୪୪ ଧାରା ବଳବତ୍ତର

ଢେଙ୍କାନାଳ: ମହାମାରୀ କୋରୋନାକୁ ନେଇ ସାରା ଦେଶରେ ଲୋକଙ୍କ ଭୟର ବାତାବରଣ ଖେଳିଯାଇଛି । ରାଜ୍ୟସରକାର ଏହାର ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି । କୋରୋନା ଭାଇରସକୁ ମୁକାବିଲା ପାଇଁ ଢେଙ୍କାନାଳରେ ୧୪୪ଧାରା ଜାରି ରହିଥିଲାବେଳେ ସ୍କୁଲ, କଲେଜ, ସପିଂମଲ ବନ୍ଦ ରହିଛି।

କୋରୋନା ମୁକାବିଲା ପାଇଁ ଢେଙ୍କାନାଳ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସହରବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ତତ୍ପର ହୋଇପଡିଛନ୍ତି । ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜାରି କରିଥିବା ୧୪୪ ଧାରାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି । ସ୍କୁଲ କଲେଜ ଠାରୁ ଆରମ୍ଭ କରି କୋଚିଂ ସେଣ୍ଟର, ସପିଙ୍ଗ ମଲ ସିନେମା ହଲ ଯାଏଁ ସବୁକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

ଏହାର ମୁକାବିଲା ପାଇଁ ଜନସାଧାରଣ ମଧ୍ୟ ଆଗକୁ ଆସିଥିବା ଦେଖାଯାଇଛି । ଏପରିକି କେତକ ଆଇନଜୀବୀ ସ୍ବେଚ୍ଛାକୃତ ଭାବେ ମାସ୍କ ବାଣ୍ଟୁଥିବା ସହ ଲୋକମାନଙ୍କୁ ପିନ୍ଧାଇ ଦେଇ ସଚେତନ କରୁଥିବା ଦେଖାଯାଇଛି l ପ୍ରଶାସନର ନିର୍ଦେଶକୁ କଡାକଡି କରିବା ପାଇଁ ବିଭିନ୍ନ ଜାଗାରେ ଟାଉନ ପୋଲିସ ପକ୍ଷରୁ ଯାଞ୍ଚ କରିବା ସହ ଜନସାଧରଣଙ୍କୁ ସଚେତନ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।

କଥାରେ ଅଛି ଆପେ ବଞ୍ଚିଲେ ବାପର ନାଁ । ତେଣୁ ନିଜେ ସୁରକ୍ଷିତ ସହ ଅନ୍ୟ ମାନଙ୍କୁ ସୁରକ୍ଷା ରଖିବା ଦିଗରେ ସଚେତନ ପାଇଁ ସମସ୍ତଙ୍କ ଏହି ମିଳିତ ଉଦ୍ୟମ ଜାରି ରହିଛି। ଯାହାକି କୋରୋନା ମୁକାବିଲା ପାଇଁ ଏହା ସମ୍ମିଳିତ ପ୍ରୟାସ ଚାଲିଛି ବୋଲି କହିଲେ ଭୁଲ ହେବ ନାହିଁ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.