ଢେଙ୍କାନାଳ: କୋଭିଡ ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳରେ ସମସ୍ତ ମନ୍ଦିର ଗୁଡି଼କରେ କଡା କଟକଣା ଜାରି କରାଯାଇଛି । ଫଳରେ ମନ୍ଦିର ସବୁ ତାଲା ଝୁଲୁଥିବା ସହ ପ୍ରତ୍ୟେକ ମନ୍ଦିର ସମ୍ମୁଖରେ ପୋଲିସ ମୁତୟନ କରାଯାଇଥିଲା । ଯାହା ଫଳରେ ସାବିତ୍ରୀ ବ୍ରତର ମାହୋଲ ଢେଙ୍କାନାଳରେ ସମ୍ପୂର୍ଣ୍ଣ ଫିକା ପଡିଯାଇଛି ।
ବିଶେଷକରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ରାଧାକୃଷ୍ଣ ମନ୍ଦିର, ଚଣ୍ଡିଆ ସାହି, ଦେଉଳସାହି, ଶାସନ, କୋରିଆଁ ସ୍ଥିତ ଶିବ ମନ୍ଦିର ଓ ଦକ୍ଷିଣକାଳୀ ମନ୍ଦିର ଗୁଡିକ ଖାଁ ଖାଁ ଦେଖାଯାଇଥିଲା ।
ସକାଳୁ ସକାଳୁ ଏହି ମନ୍ଦିର ମାନଙ୍କରେ ପୋଲିସ ପଇଁତରା ମାରୁଥିବାରୁ କୌଣସି ମହିଳା ପୂଜା କରିବାକୁ ବାରଣ କରାଯାଇଥିଲା । ଫଳରେ ମହିଳା ମାନେ ନିଜ ନିଜ ଘରେ ପୂଜାର୍ଚ୍ଚନାକରିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ