ଅନୁଗୋଳ: ପ୍ରବଳ ବର୍ଷାରେ ଖାଲି ପଶ୍ଚିମ କି ଦକ୍ଷିଣ ଓଡିଶା ନୁହେଁ ଆଭ୍ୟନ୍ତରୀଣ ଓଡିଶା ମଧ୍ୟ ଏକ ପ୍ରକାର ଜଳମଗ୍ନ ହୋଇପଡିଛି । ଢେଙ୍କାନାଳ ଜିଲ୍ଲାର କାମାଖ୍ୟାନଗର ଓ ଭୁବନକୁ ସଂଯୋଗ କରୁଥିବା 53 ନମ୍ବର ଜାତୀୟ ରାଜପଥ ଉପରେ 4 ଫୁଟର ପାଣି ଚାଲିବା ଦ୍ଵାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ୲ ରାମିଆଳ ଡ୍ୟାମରୁ ଆଜି ଦିନ 11ଟା ରେ ପାଣି ନିଷ୍କାସନ କରାଯାଉଛି ୲
ଫଳରେ ଏହି ବ୍ଲକ ଅନ୍ତର୍ଗତ ଦୟଣାବିଲ ଘୋସରା ଉପରେ ଡମଶାଳ ନାଳ ପାଣି ଚାଲିବାରୁ ଗାଡି ଚଳାଚଳ ଏକପ୍ରକାର ବନ୍ଦ ହୋଇ ଯାଇଛି ୲ ପାଣି ମାଡି ଆସିବାରୁ ଉଭୟ ପାର୍ଶ୍ଵରେ ବହୁ ଗାଡି ଓ ଯାତ୍ରୀ ଅଟକି ରହିଛି । ଏଥି ସହିତ ଘୋଷରାରେ ଥିବା କଂକ୍ରିଟ ରାସ୍ତା ମଧ୍ୟ ଭାସିଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ