ETV Bharat / state

ଭିଡିଓ କନଫରେନ୍ସିଂରେ ବ୍ରହ୍ମପୁରରେ ଓଭରବ୍ରିଜ ଓ କଟନ ୟୁନିଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - cm naveen pattnaik latest news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ ମାଧ୍ୟମରେ ବ୍ରହ୍ମପୁରରେ ଓଭର ବ୍ରିଜ ଓ ଦିଗପହଣ୍ଡି ଠାରେ କଟନ ୟୁନିଟର ଉଦଘାଟନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ହି ୟୁନିଟ ମାଧ୍ୟମରେ ଦୈନିକ 50 ହଜାର କୁଇଣ୍ଟାଲ ଲିଣ୍ଟ କଟନ ଉତ୍ପାଦନ କରିବା ସହ ଏହି ୟୁନିଟ ରେ ଏକ ଶହ କୁଶଳୀ ଓ ଅଣ କୁଶଳୀ କର୍ମନିଯୁକ୍ତି ପାଇପାରିବେ । ଅଧିକ ପଢନ୍ତୁ...

ଭିଡିଓ କନଫରେନସ ମଧ୍ୟମରେ ବ୍ରହ୍ମପୁରରେ ଓଭରବ୍ରିଜ ଓ କଟନ ୟୁନିଟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 12, 2020, 10:27 PM IST

ବ୍ରହ୍ମପୁର/ଢେଙ୍କାନାଳ: ବ୍ରହ୍ମପୁର ସହରର ନୂତନ ରେଳ ଓଭରବ୍ରିଜ ସହିତ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର କପାମଣ୍ଡିକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ବ୍ରହ୍ମପୁର ସହରର ଇଂଜିନିୟରିଂ ସ୍କୁଲ ଛକ ଠାରୁ ସହରର ଲାଞ୍ଜିପଲ୍ଲୀ ଏବଂ ଆଙ୍କୁଲି ଅଞ୍ଚଳକୁ ସଂଯୋଗ କରିବା ପାଇଁ ୨୭ କୋଟି ୪୨ ଲକ୍ଷ ୭୭ ହଜାର ଟଙ୍କା ବ୍ୟୟରେ ଗତ ପାଞ୍ଚ ବର୍ଷ ଧରି କାର୍ଯ୍ୟ ହେବା ପରେ ଶେଷରେ ଏହାକୁ ଉଦଘାଟନ କରାଯାଇଥିବା ବେଳେ ୬୮୪ ମିଟର ବିଶିଷ୍ଟ ଏହି ଓଭରବ୍ରିଜ ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ଅନେକ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

ଭିଡିଓ କନଫରେନସ ମଧ୍ୟମରେ ବ୍ରହ୍ମପୁରରେ ଓଭରବ୍ରିଜ ଓ କଟନ ୟୁନିଟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଇଂଞ୍ଜିନିୟରିଂ ସ୍କୁଲ ଓ ଲାଞ୍ଜିପଲ୍ଲୀକୁ ସଂଯୋଗ କରୁଥିବା 27 .42 କୋଟି ବ୍ୟୟରେ 685 ମିଟର ଓଭର ବ୍ରିଜକୁ ଉଦଘାଟନ କରିବା ସହ ଦିଗପହଣ୍ଡି ଠାରେ 2.10 କୋଟି ଟଙ୍କାର ଏକ କଟନ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଓଭର ବ୍ରିଜ ଯୋଗୁଁ ଲାଞ୍ଜିପଲ୍ଲୀ ଠାରୁ ବ୍ରହ୍ମପୁର ଇଂଜିନିୟରିଂ କଲେଜର ଦୂରତ୍ବ 20କିମି ହ୍ରାସ ପାଇବ । ବ୍ରିଜ ଦ୍ବାରା 40 ହଜାର ସ୍ଥାନୀୟ ବାସିନ୍ଦାଙ୍କ ସହ ବ୍ରହ୍ମପୁର ମହାନଗର ଅଞ୍ଚଳକୁ ଯିବା ଆସିବା ସହ ମାଲ ପରିବହନ ସହଜ ହେବ । ବ୍ରହ୍ମପୁର ଠାରେ ଆୟୋଜିତ ଏହି ଭିଡିଓ କନଫେରେନ୍ସ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଦିହଗପହଣ୍ଡି ଠାରେ କପା ମଣ୍ଡିର ଉଦଘାଟନ କରାଯାଇଛି । ସେପଟେ ଏହି ନୂତନ ଓଭରବ୍ରିଜ ଜନସାଧାରଣ ଙ୍କ ସମେତ ବିଦ୍ୟାର୍ଥୀ ଙ୍କ ପାଇଁ ଅନେକ ସହଯୋଗ ହୋଇପରିବ ବୋଲି କୁହାଯାଇଛି ।

ଅପରପକ୍ଷରେ ଆରଏମସି ଦିଗପହଣ୍ଡିଠାରେ ଭିତ୍ତିପ୍ରସ୍ତର କରାଯାଇଥିବା 2.10କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଏହି କୋ ଅପରେଟିଭ କଟନ ଗିନିଙ୍ଗ ଓ ପ୍ରେସିଙ୍ଗ ୟୁନିଟ ପିପିପି ମୋଡରେ କାଯ୍ୟକାରି ହେବ । ଏହି ୟୁନିଟ ମାଧ୍ୟମରେ ଦୈନିକ 50ହଜାର କୁଇଣ୍ଟାଲ ଲିଣ୍ଟ କଟନ ଉତ୍ପାଦନ କରିବା ପାଇଁ ସକ୍ଷମ ହେବେ । ଏହା ସହ ଏହି ୟୁନିଟ ରେ ଏକ ଶହ କୁଶଳୀ ଓ ଅଣ କୁଶଳୀ କର୍ମନିଯୁକ୍ତି ପାଇବେ । ଏହି ୟୁନିଟ ଦ୍ବାରା ଦିଗପହଣ୍ଡି, ସାନଖେମୁଣ୍ଡି, ଧରାକୋଟ, ଶେରଗଡ଼, ପାତ୍ରପୁର, ଜଗନ୍ନାଥ ପ୍ରସାଦ ଓ ଭଞ୍ଜନଗର ବ୍ଲକ ଅଞ୍ଚଳର କପା ଚାଷୀ ବେଶ ଉପକୃତ ହେବେ ବୋଲି ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଓ ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.