ଢେଙ୍କାନାଳ: ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା ଚନ୍ଦକା ପୋଲିସ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ମୃତ ମହିଳାଙ୍କର ପୋଷ୍ଟର ଲଗାଇଲା ଚନ୍ଦକା ଥାନା ପୋଲିସ।
୨୦୧୨ ମସିହା ମେ ୧୨ ତାରିଖରେ ଚନ୍ଦକା ଥାନା ଗୋଠପାଟଣାର ଏକ ଆମ୍ବ ବଗିଚାରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ସମୟରେ ମହିଳାଙ୍କ ବୟସ ୨୫ ରୁ ୩୦ ହେବ ବୋଲି ଅନୁମାନ କରିଛି ପୋଲିସ।
ସେହି ସମୟରେ କୌଣସି ଅଭିଯୋଗ ନହୋଇଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ମୃତଦେହ ବ୍ୟବଛେଦ ରିପୋର୍ଟରେ ତାଙ୍କୁ ପଥରରେ ଛେଚି ହତ୍ୟା ହୋଇଛି ବୋଲି ଜଣାପଡିଥିଲା। ପରବର୍ତ୍ତୀ ସମୟରେ ୨୦୧୫ ମସିହା ଜାନୁଆରୀ ୧୯ ତାରିଖରେ ୧୨/୧୫ ନଂ ଏକ ମାମଲା ରୁଜୁ କରାଯାଇଥିଲା।
ମୃତଦେହ ନିକଟରୁ ଏକ ପଲିଥିନ୍ ବ୍ୟାଗରେ କିଛି ଲୁଗା ଓ କପଡା ମଧ୍ୟ ମିଳିଥିଲା। ସେ ବ୍ୟାଗଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଏକ ଡ୍ରେସ ଦୋକନର ଥିଲା ବୋଲି କହିଛି ପୋଲିସ। ତେଣୁ ମହିଳାଙ୍କ ଘର କାମାକ୍ଷାନଗର ଅଞ୍ଚଳରେ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି।
ତେବେ ଶନିବାର ଚନ୍ଦକା ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ୍ କାମାକ୍ଷାନଗର ଠାରେ ପହଞ୍ଚି ଅଞ୍ଚଳର ବିଭିନ୍ନ ଛକ, ବସଷ୍ଟାଣ୍ଡ ମେଡିକାଲ ଏବଂ ଥାନା ଅଧିନରେ ଥିବା ଗ୍ରାମ ଗୁଡିକରେ ପହଞ୍ଚି ପଚରାଉଚରା କରିବା ସହ ପୋଷ୍ଟର ମାରିଛି। ଥାନା ତରଫରୁ ୩ଟି ନଂ ମଧ୍ୟ ଜାରି କରାଯାଇଛି। ମହିଳାଙ୍କ ସମ୍ପର୍କରେ କିଛି ଜାଣିଥିଲେ ଏହି ନଂରେ ଜଣାଇବାକୁ କହିଛି ପୋଲିସ।
ଆଇଆଇସିଙ୍କ ମୋ ନଂ- 8280338323 / 9438849959
ଜୋନ ଏସିପି ମୋ ନଂ-8280338296
ଢେଙ୍ଗାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ