ଢେଙ୍କାନାଳ: ଗତ 25 ତାରିଖରେ ଢେଙ୍କାନାଳର ଜଣେ ଛାତ୍ରୀଙ୍କ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଛାତ୍ରୀଟି ସାଇକେଲରେ ଜଗତପୁରରୁ ଡ୍ରିଲ କ୍ଲାସ ସାରି ନିଜ ଘରକୁ ଫେରୁଥିବା ସମୟରେ ଏକ ଟ୍ରକ ତାଙ୍କୁ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣା ସମୟର ଲୋମଟାଙ୍କୁରା ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଥିଲା । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ମୃତ ଛାତ୍ରୀଟି ନିହଲପ୍ରସାଦ ଥାନା ବେଗା ଗାଁର ମନୋଜ ସାହୁଙ୍କ ଝିଅ ଦେବସ୍ମିତା ସାହୁ । ସେ ଜଗତପୁର ସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ବିଦ୍ୟାପୀଠରେ +3ରେ ପାଠ ପଢୁଥିଲେ । ଗତ 25 ତାରିଖରେ ଦେବସ୍ମିତା ସାଇକେଲରେ ଜଗତପୁରରୁ ଡ୍ରିଲ କ୍ଲାସ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ କଟକ ଟାଙ୍ଗୀ ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚଢାଇ ଚାଲି ଯାଇଥିଲା । ଏହି ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଘଟଣାସ୍ଥଳରୁ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିିଭି ଭାରତ