ଢେଙ୍କାନାଳ: ଜିଲ୍ଲାରେ ଥିବା ବ୍ରାଉନସୁଗାର ଆଡ୍ଡା ଉପରେ ପୋଲିସର ଚଢ଼ାଉ । ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇ ଥିବାବେଳେ ପାଖାପାଖି 3 ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଟାଉନ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ସହରର ରାମେଶ୍ୱରପୁର ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲା । ତେବେ ଏହି ଚଢ଼ାଉବେଳେ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ଥିବାବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।
୧୦.୪୪ ଗ୍ରାମର ବ୍ରାଉନସୁଗାର, ଡିଜିଟାଲ ଓଜନ ମେସିନ, ଆଲୁମିନିୟମ ଫଏଲ, ୬୬ ଖଣ୍ଡ ରଙ୍ଗୀନକାଗଜ ଓ ମୋବାଇଲ ଜବତ କରିଛି ପୋଲିସ । ଏଥିସହ ୨ ଲକ୍ଷ ୯୩ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଅନ୍ୟପଟେ ମାମଲାରେ ସମ୍ପୃକ୍ତ ଥିବା ଫେରାର୍ ଯୁବକମାନଙ୍କୁ ଖୋଜାଖୋଜି କରୁଛି ପୋଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ