ETV Bharat / state

ଢେଙ୍କାନାଳରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ଓଡିଆଙ୍କ ପାଇଁ ବିଶେଷ ମହତ୍ତ୍ବ ବହନ କରେ କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବୋଇତ ବନ୍ଦାଣ ପରମ୍ପରା ଓଡିଆ ସଂସ୍କୃତିର ପ୍ରତିଫଳନ କରେ । ଏନେଇ ଢେଙ୍କାନାଳରେ ଆୟୋଜିତ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 27, 2023, 8:12 PM IST

ବୋଇତ ବନ୍ଦାଣ ଉତ୍ସବ
ବୋଇତ ବନ୍ଦାଣ ଉତ୍ସବ
ବୋଇତ ବନ୍ଦାଣ ଉତ୍ସବ

ଢେଙ୍କାନାଳ: ଓଡ଼ିଆ ଅସ୍ମିତା ଓ ଐତିହ୍ୟର ପରମ୍ପରା ବୋଇତ ବନ୍ଦାଣ । ଏନେଇ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳରେ ବେଶ ଧୂମ ଧାମରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ଢେଙ୍କାନାଳର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବରେ କୁନି କୁନି ପିଲା ପିଲାଙ୍କ ସଂସ୍କୃତିଜ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା ।

ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ପୁଣ୍ୟ କାର୍ତ୍ତିକ ମାସର କାର୍ତ୍ତିକ ବ୍ରତର ଉଦଯାପନ ତଥା ଡ଼ଙ୍ଗା ଭସା ପାଇଁ ସୋମବାର ପ୍ରାତଃ ସମୟରୁ ଢେଙ୍କାନାଳରେ ବିଭିନ୍ନ ଜଳାଶୟରେ ଲୋକାରଣ୍ୟ ହୋଇଉଠିଥିଲା । ସମସ୍ତେ ନିଜ ନିଜର ଡଙ୍ଗା ଧରି ବିଭିନ୍ନ ପୁଷ୍କରିଣୀ କୂଳରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ଡଙ୍ଗାରେ ଧୂପ, ଦୀପ, ପାନ, ଗୁଆ ଓ ଦୁବ ଥୋଇ 'ଆ କା ମା ବୌ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧରମ ମୋର' ଗୀତ ଗାଇ ପୁସ୍କରିଣୀରେ ଡଙ୍ଗା ଭସାଇବା ଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ଢେଙ୍କାନଳର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇଛି ୪୧ତମ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟନ କରିଥିଲେ ।

ସ୍ଥାନୀୟ ଭାଗିରଥି ସାଗର ବା ନୂଆ ପୋଖରୀ କୂଳରେ ପାଳିତ ଏହି ଉତ୍ସବରେ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ତଅପୋଇ ଗୀତି ନାଟ୍ୟ ପରିବେଷଣ କରିଥିଲେ । ଯାହାକି ଅତିଥି ଓ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ତଅପୋଇ ପରିବେଷଣ ପରେ ଭାଗିରଥି ସାଗରରେ ପୂର୍ବ ପ୍ରସ୍ତୁତ ବୋଇତ ବନ୍ଦାଣକୁ କରାଯାଇଥିଲା । ବୋଇତରେ ସାଧବ ପୁଅମାନଙ୍କୁ ବନ୍ଦାପନା କରିବା ପରେ ମେଲାଣି ଦେଇଥିଲେ ସାଧବ ବୋହୁ । କୁନି କୁନି ପିଲାମାନେ ସାଧବ ବୋହୁ ଓ ପୁଅ ବେଶରେ ଏହି ବୋଇତ ବନ୍ଦାଣ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ । ଉତ୍କଳୀୟ ଐତିହ୍ୟ, ପରମ୍ପରା ତଥା ବାଣିଜ୍ୟକୁ ଆଜିର ଯୁବ ପିଢିଙ୍କୁ ମନେ ପକାଇଦେବା ଉଦ୍ଦେଶ୍ୟରେ ଆଜକୁ ୪୧ବର୍ଷ ଧରି ଏହି ଉତ୍ସବକୁ ପାଳନ କରୁଥିବା ପ୍ରକାଶ କରିଛନ୍ତି ଆୟୋଜକ ତଥା ସନ୍ଧ୍ୟାତାରା ସାହିତ୍ୟ ସଂସଦର କର୍ମକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ.......ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି: 'ବାଣିଜ୍ୟ ଓ ଆନ୍ତର୍ଜାତିକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର'

ଅପରପକ୍ଷରେ ଏହି ଉତ୍ସବରେ ନିଜକୁ ସାମିଲ କରି ବେଶ ଉତ୍ସାହିତ ଥିବା କହିଛନ୍ତି କୁନି କୁନି କଳାକାର । ତେବେ ଓଡିଆ ସଂସ୍କୃତି ଓ ପରମ୍ପରାର ସ୍ମୃତି ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବକୁ ଶହ ଶହ ସଂଖ୍ୟାରେ ଦର୍ଶକ ଏକତ୍ରୀତ ହୋଇ ଉପଭୋଗ କରିଥିଲେ । କହିବାକୁ ଗଲେ ଆଜି ଭୋର ସମୟରୁ ଭାଗିରଥି ସାଗର କୂଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଭୁବନରେ ମଧ୍ୟ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ଭୁବନ ତୈଳିକ ସମାଜ ପକ୍ଷରୁ 22 ତମ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ବ୍ରାହ୍ମଣୀ ନଦୀ କୂଳରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି l ଏହି ଅବସରରେ ବ୍ରାହ୍ମଣୀ ନଦୀ କୂଳରେ ଏହାକୁ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ବୋଇତ ବନ୍ଦାଣ ଉତ୍ସବରେ ତୈଳିକ ସମାଜର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ଭୁବନବାସୀ ସହଯୋଗ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.