ETV Bharat / state

ଢେଙ୍କାନାଳରେ ବିଜେପିର ବିକାଶ ତୀର୍ଥଯାତ୍ରା, ସାମିଲ ହେଲେ ସମୀର ମହାନ୍ତି

ବିଜେପିର 'ବିକାଶ ତୀର୍ଥଯାତ୍ରା'ରେ ଯୋଗ ଦେଲେ ସଭାପତି ସମୀର ମହାନ୍ତି । ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କର ଜନମାରଣା ନୀତିକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ରଖିଲେ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

ଢେଙ୍କାନାଳରେ ବିଜେପିର ବିକାଶ ତୀର୍ଥଯାତ୍ରା: ଯୋଗଦେଲେ ସଭାପତି ସମୀର ମହାନ୍ତି

author img

By

Published : Jun 13, 2022, 9:36 AM IST

ଢେଙ୍କାନାଳ: ବିଜେପିର 'ବିକାଶ ତୀର୍ଥଯାତ୍ରା'ରେ ଯୋଗ ଦେଲେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି । ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହିତ ରାଜ୍ୟ ସରକାରଙ୍କର ଜନ ମାରଣା ନୀତିକୁ ନିନ୍ଦା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ଚାଲିଥିବା ଟ୍ବିଟ ୱାର ଉପରେ ମଧ୍ୟ ମତ ରଖିଥିଲେ ।

ଢେଙ୍କାନାଳରେ ବିଜେପିର ବିକାଶ ତୀର୍ଥଯାତ୍ରା: ଯୋଗଦେଲେ ସଭାପତି ସମୀର ମହାନ୍ତି

ପ୍ରଥମେ ପରଜଙ୍ଗସ୍ଥିତ କୁଆଳୁ ଅଷ୍ଟଶମ୍ଭୁ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ପରଜଙ୍ଗ ବଜାରରେ ଥିବା ଗଡ଼ଜାତ ନେତା ସୁବାହୁ ସିଂହଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ ଶ୍ରୀ ମହାନ୍ତି । ଏହାପରେ ମୁକ୍ତପଶି ଗ୍ରାମରେ ପହଞ୍ଚି ଗରିବ କଲ୍ୟାଣ ସଭାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟଣ ପାଣି, ଓବିସି ମୋର୍ଚ୍ଚା ଉପସଭାପତି କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜେପି ବାଧାୟକ ପ୍ରାର୍ଥୀଙ୍କ ସମେତ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କୋରୋନା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନଥିଲେ । କିନ୍ତୁ ମୌସୁମି ଅଧିବେଶନ ଭଳି ଗୁରୁତ୍ବପୂର୍ଣ୍ଣ ବୈଠକ ସମୟରେ ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବା ଆବଶ୍ୟକ ସେ ମତ ରଖିଛନ୍ତି । ନିର୍ବାଚନ ସମୟରେ ସଭା ସମିତି ଯାଉଥିବା ମୁଖ୍ୟମନ୍ତ୍ରୀଙ୍କର ଗୁରତ୍ବପୁର୍ଣ୍ଣ ବଜେଟ ସମୟରେ ବିଦେଶ ଯାତ୍ରା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.