ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ଅନିୟମିତତା ଅଭିଯୋଗ ଉଠାଇ ବ୍ଲକ କାର୍ଯ୍ୟାଳୟ ଘେରିଛି ବିଜେପି । ଏହି ଅବସରରେ ଆଜି(ଗୁରୁବାର) ଢେଙ୍କାନାଳ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଢେଙ୍କାନାଳ ବିଜେପି ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଏଥିସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ବିଜେପି କର୍ମୀ ।
ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ବିଡ଼ିଓଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ଯୋଜନାରେ ଅନିୟମିତତା ଯୋଗୁଁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବାବେଳେ ଅନେକ ପାତରଅନ୍ତର କରି ହେରଫେର କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ