ETV Bharat / state

ବଳରାମଜୀଉଙ୍କ ପାରମ୍ପାରିକ ରଥଯାତ୍ରା ଅନୁଷ୍ଠିତ - ଢେଙ୍କାନାଳରେ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ

ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ମୁତାବକ ଢେଙ୍କାନାଳରେ ଶିଦ୍ଧ ବଳରାମ ଜୀଉ ପାଷାଣ ବିଗ୍ରହ ହୋଇଥିବାରୁ ମନ୍ଦିର ପରିସର ଜଗନ୍ନାଥ ମନ୍ଦିରରୁ ବିଗ୍ରହମାନଙ୍କୁ ପହଣ୍ଡି କରାଯାଇ ରଥକୁ ନିଆଯାଇଛି । ଅଧିକ ପଢନ୍ତୁ

ଢେଙ୍କାନାଳରେ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ

author img

By

Published : Jul 1, 2022, 9:53 PM IST

ଢେଙ୍କାନାଳ: ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ମୁତାବକ ଢେଙ୍କାନାଳରେ ଶିଦ୍ଧ ବଳରାମ ଜୀଉ ପାଷାଣ ବିଗ୍ରହ ହୋଇଥିବାରୁ ମନ୍ଦିର ପରିସର ଜଗନ୍ନାଥ ମନ୍ଦିରରୁ ବିଗ୍ରହ ମାନଙ୍କୁ ପହଣ୍ଡି କରାଯାଇ ରଥକୁ ନିଆଯାଇଛି । ଢେଙ୍କାନାଳରେ ପ୍ରସ୍ତୁତ ଦୁଇଟି ରଥରେ ରାଜ ପରିବାର ପକ୍ଷରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଛେରାପହଁରା କରିଥିଲେ । ପରେ ଆନୁଷ୍ଠାନିକ ରଥଟଣା ହୋଇଛି । ସାନ ରଥକୁ କେବଳ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିରକୁ ନେଇଛନ୍ତି ।

ଢେଙ୍କାନାଳରେ ବଳରାମ ଜୀଉଙ୍କ ପାରମ୍ପାରିକ ରଥଯାତ୍ରା ଅନୁଷ୍ଠିତ

ତେବେ ଗତ ଦୁଇ ବର୍ଷ କୋଭିଡ କଟକଣା ରଥରେ ପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ଯୋଗୁଁ ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସଂଖ୍ୟା ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଠ ଅଧିକ ଥିବା ପରିଲକ୍ଷିତ ହୋଇଥିଲା । ରଥ ଆଗେ ଆଗେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ଭଜନ ଗୋଷ୍ଟି ଓ ମହିଳା ମାନେ ଭଜନ କୀର୍ତ୍ତନର ତାଳେତାଳେ ନାଚି ଉଠିଥିଲେ । ପ୍ରଶାସନ ଓ ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୂତୟନ ହେବା ସହ ରଥଯାତ୍ରା ପରିଚାଳନା କରୁଥିବା ମଧ୍ୟ ଦେଖାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.