ଢେଙ୍କାନାଳ: ପବିତ୍ର ବଡଓଷା ଅବସରରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ବରଙ୍କ ପବିତ୍ର ପୀଠରେ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧା ଭକ୍ତିର ସହ ବଡଓଷା ପାଳିତ ହୋଇଯାଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୩୫୩ଟି ଭଣ୍ଡାର ବସି ପ୍ରସ୍ତୁତ କରାଗଲା ଗଜଭୋଗ।
ପୂର୍ବାହ୍ନରୁ ମନ୍ଦିରରେ ପ୍ରବଳ ଭିଡ ଲାଗିରହିଥିଲା । ଭକ୍ତମାନେ ଧାଡିରେ ଯାଇ ଠାକୁର ଦର୍ଶନ କରିଥିଲେ । ପ୍ରଥମେ ବାବାଙ୍କୁ ଦର୍ଶନ କରି ମାନସିକ କରିଥିଲେ ଓ ପରେ ମନସ୍କାମନା ପୂରଣ ପାଇଁ ଭଣ୍ଡାର ଭୋଗ ରନ୍ଧା ଯାଇଥିଲା ।
ବିଭିନ୍ନ ଅଞ୍ଚଳରୁ ମାନସିକଧାରୀମାନେ ଏହି ସମୂହ ଭଣ୍ଡାର ବସାଇ ଗଜଭୋଗ ପ୍ରସ୍ତୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ