ETV Bharat / state

ଢେଙ୍କାନାଳରେ ଡାକ ଯୋଗେଁ ପ୍ରତି ଘରେ ପହଞ୍ଚିବ ତ୍ରିରଙ୍ଗା - ଢେଙ୍କାନାଳ ମୁଖ୍ୟ ଡାକଘର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସରେ ଅଜାଦୀ କା ଅମୃତ ମହୋତ୍ସବର ସେଲ୍ଫି ପଏଣ୍ଟ ଖୋଲିଛି । ମାତ୍ର ୨୫ଟଙ୍କାରେ ଘରେ ଘରେ ପହଞ୍ଚିବ ତ୍ରିରଙ୍ଗା ପତାକା । ଅଧିକ ପଢନ୍ତୁ

ପ୍ରତି ଘରେ ତ୍ରିରଙ୍ଗା, ଢେଙ୍କାନାଳରେ 25 ଟଙ୍କାରେ ପହଞ୍ଚିବ ପତାକା

author img

By

Published : Aug 2, 2022, 1:46 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସରେ ଅଜାଦୀ କା ଅମୃତ ମହୋତ୍ସବର ସେଲ୍ଫି ପଏଣ୍ଟ ଖୋଲିଛି । ମାତ୍ର ୨୫ଟଙ୍କାରେ ଘରେ ଘରେ ପହଞ୍ଚିବ ତ୍ରିରଙ୍ଗା ପତାକା । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତୀ ଆଜାଦୀ କା ଅମୃତ ମହୋତ୍ସବ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ ଘର ଘର କି ତ୍ରିରଙ୍ଗା ଉଡାଇ ଆସନ୍ତା ୧୩ରୁ ୧୫ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ଲକ୍ଷ୍ୟରେ ଡାକ ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଅବ୍ୟାହତ ରଖାଯାଇଛି ।

ଢେଙ୍କାନାଳରେ 25 ଟଙ୍କାରେ ପହଞ୍ଚିବ ପତାକା

ଏହି ଉପଲକ୍ଷେ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକଘର କାର୍ଯ୍ୟାଳୟଠାରେ ଏକ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବର ପାଳନରେ ପ୍ରତ୍ୟେକ ଭାରତୀୟ ସ୍ବାଧୀନ ଭାବେ ଗର୍ବ କରିବା ସହ ନିଜକୁ ସାମିଲ କରିବାକୁ ଡାକ ବିଭାଗ ପକ୍ଷରୁ ଆହ୍ବାନ ଦିଆଯାଇଛି । ଅପରପକ୍ଷରେ ଯେ କେହି ଚାହିଁଲେ ଡାକ ବିଭାଗ ପକ୍ଷରୁ ପ୍ରତ୍ୟେକ ଘରେ ଜାତୀୟ ପତାକାକୁ ମାତ୍ର ୨୫ଟଙ୍କାରେ ପହଞ୍ଚାଇ ଦିଆଯାଇ ପାରିବ ।

ଏଥିପାଇଁ ଢେଙ୍କାନାଳ ଡାକ ମଣ୍ଡଳ ଅନ୍ତର୍ଗତ ଅଭିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ୪୯୫ଟି ଡାକ ଘରେ ଲୋକଙ୍କ ଉଦ୍ଦେଶ୍ୟରେ ଜାତୀୟ ପତାକା ପହଞ୍ଚାଇ ଦିଆଯାଇଛି । ଏଥିପାଇଁ ମଧ୍ୟ ଏକ ସ୍ବତନ୍ତ୍ର ମୋବାଇଲ ଆପ୍‌ କାରାଯାଇଛି । ଏହା ବ୍ୟବହାର କରି ଘରେ ତ୍ରିରଙ୍ଗା ଉଡାଇ ନିଜକୁ ଜଣେ ସ୍ବାଧୀନ ଭାରତୀୟ ଭାବେ ଗର୍ବ କରିବାର ସୁଯୋଗ ନେବାକୁ ନିବେଦନ କରିଛନ୍ତି ଢେଙ୍କାନାଳ ଡାକମଣ୍ଡଳର ଅଧ୍ୟକ୍ଷ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.