ETV Bharat / state

ରୁଙ୍ଗଟା କାରଖାନାରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ - ଢେଙ୍କାନାଳ ରୁଙ୍ଗଟା କାରଖାନାରେ ଆକ୍ରମଣ

ଢେଙ୍କାନାଳ ରୁଙ୍ଗଟା କାରଖାନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଗୁରୁତର ଅବସ୍ଥାରେ 2 କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ରୁଙ୍ଗଟା କାରଖାନାରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Nov 8, 2020, 6:43 AM IST

ଢେଙ୍କାନାଳ: ରୁଙ୍ଗଟା କାରଖାନାରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ଅନୁଗୋଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରୁଙ୍ଗଟା କାରଖାନାରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ ଠିକାଦାରୀ କାମକୁ ନେଇ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଝଡବନ୍ଧ ସ୍ଥିତ ରୁଙ୍ଗଟା କାରଖାନାରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଫଳରେ ଏହି କାରଖାନାରେ କାମ କରୁଥିବା ଗ୍ଲୋବାଲ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଅନୁଗୋଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣରେ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଏହି ଆକ୍ରମଣ ଘଟଣାରେ ଏକ ଗାଡିକୁ ବାଲିମି ପୁଲିସ ଜବତ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, 5ରୁ 6 ଜଣ ଯୁବକ ପିସ୍ତଲ, ଖଣ୍ଡା ଓ ଲୁହାରଡ଼ ଭୁଜାଲି ଆଦି ମାରଣାସ୍ତ୍ର ଧରି ଏକ ଗାଡିରେ ଆସି ଅଚାନକ କାରଖାନାରେ ପଶିଥିଲେ । ପରେ ଏହି କାରଖାନାରେ ଠିକାଦାରୀ କାମ କରୁଥିବା କର୍ମଚାରୀମାନଙ୍କୁ ଆକ୍ରମଣ କରିବା ସହ କାରଖାନା କାମଛାଡି ଚାଲିଯିବାକୁ ଧମକଦେଇ ପଳାଇଥିଲେ । ଖବର ପାଇ ବାଲିମି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଝାଡବନ୍ଧ ଗ୍ରାମର 2 ଜଣ ଯୁବକଙ୍କୁ ଗିରଫ କରି ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଲରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.