ETV Bharat / state

ମରିଗଲା ମାନବିକତା, ଧାନ କଟା ମଜୁରୀ ମାଗିବାରୁ ବୃଦ୍ଧଙ୍କୁ ଆକ୍ରମଣ

author img

By

Published : Apr 30, 2020, 11:59 AM IST

ଲକ୍‌ଡାଉନ୍‌ ସମୟରେ ଦିନ ମଜୁରିଆ କାମ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଜଣେ ବୃଦ୍ଧ ଧାନ କଟା ମଜୁରୀ ମାଗି ଆକ୍ରମଣର ଶିକାର ହୋଇଛନ୍ତି । ଏପରି ଦେଖିବାକୁ ମିଳିଛି ଢେଙ୍କାନାଳର କିଙ୍ଗୋଳ ଗ୍ରାମରେ । ଅଧିକ ପଢନ୍ତୁ...

bhubana
ମରିଗଲା ମାନବିକତା, ଧାନ କଟା ମଜୁରୀ ମାଗିବାରୁ ବୃଦ୍ଧଙ୍କୁ ଆକ୍ରମଣ

ଢେଙ୍କାନାଳ: କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶ ଲକଡାଉନ । କାମ ଧନ୍ଦା ସବୁ ଠପ୍ । ଫଳରେ ଦିନ ମଜୁରିଆମାନଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ଏପରି ଖଟିଖିଆ ଲୋକମାନଙ୍କ ପ୍ରତି ସମବେଦନା ବଦଳରେ ମାନବିକତା ହଜିଯାଉଛି। ଏପରି ଏକ ଅମାନବୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଳ ଗ୍ରାମରେ ଘଟିଛି।

ଧାନ କଟା ମଜୁରୀ ମାଗିବାରୁ ଜଣେ ବୃଦ୍ଧ ଦିନମଜୁରିଆକୁ ମାରଣାନ୍ତକ ଆକ୍ରମଣ କରାଯାଇଛି। ଫଳରେ ଏହି ବୃଦ୍ଧ ଜଣଙ୍କ ଲହୁଲୁହାଣ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁତର ବୃ୍ଦ୍ଧ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗ୍ରାମର 70 ବର୍ଷର ତୀର୍ଥ ମଲ୍ଲିକ ବୋଲି ଜଣାପଡିଛି।

ସେ ତାଙ୍କ ଗ୍ରାମର ସୁର ମଲ୍ଲିକଙ୍କର ଧାନ କାଟିଥିବାବେଳେ ଦୁଇ ଦିନର ମଜୁରୀ ପାଇନଥିଲେ। ତେବେ ଏହି ବକେୟା ମଜୁରୀ ପାଇଁ ବୁଧବାର ସେ ସାହୁକାର ସୁର ମଲ୍ଲିକଙ୍କ ଘରକୁ ଯାଇଥିଲେ । ସେ ମଜୁରୀ ନଦେବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ସୁର ମଲ୍ଲିକ, ଗୁଣ୍ଡିଚା ମଲ୍ଲିକ, ମନ୍ଦିର ମଲ୍ଲିକ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଲହୁଲୁହାଣ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭୁବନ ଥାନାକୁ ଆସୁଥିବା ରାସ୍ତାରେ ଭୁବନ ତହସିଲଦାର ଶକ୍ତିକାନ୍ତ ରାୟ ଉଦ୍ଧାର କରି ଥାନାରେ ଜିମା ଦେଇଥିଲେ । ଭୁବନ ଥାନା ଅଧିକାରୀ ତୀର୍ଥ ମଲ୍ଲିକଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହିତ ତଦନ୍ତ କରୁଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.