ETV Bharat / state

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ୩ ଗୁରୁତର

author img

By

Published : Jun 22, 2022, 10:36 PM IST

Updated : Jun 22, 2022, 10:55 PM IST

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ । ଫାଇରିଙ୍ଗ ସହିତ ବୋମା ମାଡରେ ତିନି ଜଣ ଗୁରୁତର । ଅଧିକ ପଢ଼ନ୍ତୁ

ପୁର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ,  ୩ ଗୁରୁତର

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ । ଫାଇରିଙ୍ଗ ସହିତ ବୋମା ମାଡରେ ତିନି ଜଣ ଗୁରୁତର । ଏପରି ଘଟଣା ଦେଖିବାକୁ ମଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । କିଛି ଦିନ ହେଲା ସରପଞ୍ଚଙ୍କ ସ୍ବାମୀ ଭଜମନ ସାମଲଙ୍କ ସହିତ ରାଉତ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହୁଥିଲା । ତେବେ ଆଜି ଅପରାହ୍ନରେ ଜୟପ୍ରକାଶ ରାଉତ(୫୧), ଜିତେନ୍ଦ୍ର ରାଉତ(୫୩) ଓ ଶୁଭଙ୍କର ପ୍ରିୟଦର୍ଶୀ ରାଉତ(୨୨) ଏକ କାର ଯୋଗେ ଘରକୁ ଫେରୁଥିଲେ । ତେବେ ସୁରପ୍ରତାପପୁର ସରପଞ୍ଚଙ୍କ ସ୍ବାମୀ ଭଜମନ ସାମଲ, ତାଙ୍କ ପୁତୁରା ଏବଂ କିଛି ସହଯୋଗୀଙ୍କ ସହିତ ଗାଁଦାଣ୍ଡରେ ଗାଡି ଅଟକାଇ ଫାଇରିଙ୍ଗ, ବୋମାମାଡ କରିବା ସହିତ ଖଣ୍ଡା ତଲଓ୍ବାରରେ ଆକ୍ରମଣ କରିଥିଲେ ।

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ୩ ଗୁରୁତର

ରାଉତ ପରିବାରର ଲୋକମାନେ ଆସି ଗୁରୁତରମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଆକ୍ରମଣକାରୀ ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jun 22, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.