ETV Bharat / state

ATMରୁ ୨୨ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ, ୩ ଗିରଫ

author img

By

Published : Oct 28, 2022, 7:50 AM IST

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ବରପଦା ସ୍ଥିତ ଏସବିଆଇ ଏଟିଏମରୁ ୨୨ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣା ଘଟିବାର ୨୫ଦିନ ପରେ ପୋଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି । ଏହାସହ ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୨ଲକ୍ଷ ୫୬ହଜାର ଟଙ୍କା ଜବତ କରିଛି । ଅଧିକ ପଢ଼ନ୍ତୁ

ଏସବିଆଇ ଏଟିଏମ୍ରୁ ୨୨ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ : ୩ ଗିରଫ

ଢେଙ୍କାନାଳ: ଜିଲ୍ଲା ଗଁନ୍ଦିଆ ଥାନା ବରପଦା ସ୍ଥିତ ଏସବିଆଇ ଏଟିଏମରୁ ୨୨ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣା ଘଟିବାର ୨୫ଦିନ ପରେ ପୋଲିସ ୩ଜଣ ଲୁଟେରାଙ୍କୁ ଗିରଫ କରିଛି (ATM robbery) । ଏହାସହ ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୨ଲକ୍ଷ ୫୬ହଜାର ଟଙ୍କା ଜବତ କରିଛି ।

ତେବେ ଲୁଟରେ ବ୍ୟବହୃତ ଏକ ମାରୁତି ଅଲଟୋ କାର, ଆପାଚି ବାଇକ ସମେତ ସିସିଟିଭି କ୍ୟାମେରା ଓ ଡିଭିଆର ଆଦି ଜବତ କରିଛି ପୋଲିସ । ସୂଚନାନୁସାରେ ଗତ ୨ତାରିଖ ରାତିରେ ଗଁନ୍ଦିଆ ଥାନା ଅନ୍ତର୍ଗତ ବରପଦାସ୍ଥିତ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ସମ୍ମୁଖରେ ଥିବା ଏସବିଆଇ ଏଟିଏମ ଘରର ପଛପଟ କାନ୍ଥ ସିନ୍ଧି କରି ଲୁଟେରା ମାନେ ପଶିଥିଲେ । ପରେ ଏଟିଏମ୍ ମେସିନ ଭାଙ୍ଗି ୨୨ଲକ୍ଷ ୧୭ ହଜାର ୯ଶହ ଟଙ୍କା ଲୁଟି ନେଇଥିଲେ ।

ଏହି ଘଟଣାରେ ଗଁନ୍ଦିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏହି ଲୁଟରେ ସମ୍ପୃକ୍ତ ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ଗ୍ରାମର ଜିତେନ୍ଦ୍ର ନାଏକଙ୍କୁ ଗିରଫ କରିବା ପରେ ଭଦ୍ରକ ବାସୁଦେବପୁରର ନିର ପାଣି ଓ ଜଟଣୀର ରାକେଶ ଦାସଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ବାକି ଆଉ ଦୁଇଜଣ ଫେରାର ଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।

ଏ ସମ୍ପର୍କରେ ଢେଙ୍କାନାଳ ଏସପି କହିଛନ୍ତି, ''ଗତ 3 ଅକ୍ଟୋବରରେ ଗଁନ୍ଦିଆ ଥାନା ବରପଦା ସ୍ଥିତ ଏସବିଆଇ ଏଟିଏମରୁ ଅନେକ ଟଙ୍କା ଲୁଟ୍ ହୋଇଥିଲା । ଲୁଟେରା ମାନେ ଗ୍ୟାସ କଟର ମାଧ୍ୟମରେ ଏଟିଏମ ମେସିନକୁ କାଟିଥିଲେ। ଏହାପରେ ଏଟିଏମ ମେସିନରେ ଥିବା 22 ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ତେବେ ଏହି ଘଟଣାରେ 4ଜଣ ସମ୍ପୃକ୍ତ ରହିଛନ୍ତି । ଏହି 4ଜଣଙ୍କୁ ଅନ୍ୟ 3ଜଣ ବ୍ୟକ୍ତି ସାହାଯ୍ୟ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ 3 ଜଣଙ୍କୁ ଆମେ ଗିରଫ କରିଛୁ । 2 ଜଣ ଲୁଟ କରିବାରେ ସାହାଯ୍ୟ କରିଥିଲେ ଓ ଜଣେ ଏଟିଏମ ମେସିନ କାଟି ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଜବତ ହୋଇଥିବା କାର ଭିତରୁ ଏକ ପେନଡ୍ରାଇଭ ଏବଂ କିଛି ଡିଭିଆରକୁ ଜବତ ବି କରାଯାଇଛି । ତେବେ ଯେଉଁ ମାନେ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ।''

ଅନ୍ୟପକ୍ଷରେ ଢେଙ୍କାନାଳରେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ ଏଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.