ETV Bharat / state

୮୮ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ଏନଜିଓ ଡ଼ାଇରେକ୍ଟର ଓ ଟ୍ରେଜରର ଗିରଫ - ଏନଜିଓ ଡ଼ାଇରେକ୍ଟର ଓ ଟ୍ରେଜରର ଗିରଫ

ଜନ ଜାଗରଣ କେନ୍ଦ୍ର ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ୮୮ ଲକ୍ଷ ୧୬ ହଜାର ୮୧୨ ଟଙ୍କା ହେରଫେର କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଏନଜିଓର ନିର୍ଦ୍ଦେଶକ ରତିକାନ୍ତ ନାୟକ ଓ ବର୍ତ୍ତମାନର କୋଷାଧ୍ୟକ୍ଷ ଉପେନ୍ଦ୍ର ନାୟକଙ୍କୁ ଢେଙ୍କାନାଳ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

୮୮ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ଏନଜିଓ ଡ଼ାଇରେକ୍ଟର ଓ ଟ୍ରେଜରର ଗିରଫ

author img

By

Published : Jul 19, 2020, 8:11 PM IST

ଢେଙ୍କାନାଳ: ଜନ ଜାଗରଣ କେନ୍ଦ୍ର ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ୮୮ ଲକ୍ଷ ୧୬ ହଜାର ୮୧୨ ଟଙ୍କା ହେରଫେର କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଏନଜିଓର ନିର୍ଦ୍ଦେଶକ ରତିକାନ୍ତ ନାୟକ ଓ ବର୍ତ୍ତମାନର କୋଷାଧ୍ୟକ୍ଷ ଉପେନ୍ଦ୍ର ନାୟକଙ୍କୁ ଢେଙ୍କାନାଳ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନଜିଓର ପୂର୍ବତନ କୋଷIଧକ୍ଷ ଙ୍କ ଅଭିଯୋଗକୁ ନେଇ ଢେଙ୍କାନାଳ ଏସଡିଜେଏମ କୋର୍ଟ ଙ୍କ ନିର୍ଦେଶ ମୁତାବକ ଟାଉନ ପୁଲିସ ତଦନ୍ତ କରି ଗିରଫ କରିଥିବା ଜଣାପଡ଼ିଛି ।

୮୮ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ଏନଜିଓ ଡ଼ାଇରେକ୍ଟର ଓ ଟ୍ରେଜରର ଗିରଫ

ବିଭିନ୍ନ ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ତାଲିମ ଦେବାପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ସଦର ଥାନା ଅନ୍ତର୍ଗତ ମୁଲିସିଙ୍ଗ ଠାରେ ନିର୍ମିତ ଟ୍ରେନିଂ ସେଣ୍ଟର ଓ ଅଫିସ ଏନଏଚ ସଂପ୍ରସାରଣ ଜମି ଅଧିଗ୍ରହଣ ବାବଦକୁ ଏହି ଟଙ୍କା ମିଳିଥିଲା । ମାତ୍ର ଉକ୍ତ ଟଙ୍କାକୁ ପୁନର୍ବାର ଘର ଓ ଟ୍ରେନିଂ ସେଣ୍ଟର ନିର୍ମାଣ ବଦଳରେ ଜାଲିଆତି କରି ସଂସ୍ଥାର ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ପୁଅ ଓ ନିଜ ଆକାଉଣ୍ଟକୁ ନେଇ ହେରଫେର କରିଥିବା ତଦନ୍ତରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.