ଢେଙ୍କାନାଳ: ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରୁ ପୁଣି ଏକ ହାତୀର ମୃତଦେହକୁ ଠାବ କରାଯାଇଛି । ତେବେ ମୃତଦେହ ବିମ୍ବୋରୀ ସେକ୍ସନ ଗୋବିନ୍ଦପୁର ନାଳରେ ପଡି ଥିବା ଡ଼ିଏଫଓ ସୂଚନା ଦେଇଛନ୍ତି । ବନ କର୍ମଚାରୀ ମୃତଦେହକୁ ଉଦ୍ଧାର କରିବା ପରେ ତଦନ୍ତ ଜାରି ରଖିଛି ।
ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିକରି ଦାନ୍ତ ଲୁଟ ପରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ବିମ୍ବୋରୀ ସେକ୍ସନର ଗୋବିନ୍ଦପୁର ବସ୍ତି ନିକଟସ୍ଥ ଏକ ନାଳରେ ଏହି ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ହେଲା ହାତୀଟି ମରିପଡିଥିବା ଅନୁମାନ କରାଯାଇଛି । ହାତୀଟି ଏକ ମାଖାନା ହାତୀ ବୋଲି ଜଣାପଡିଛି ।
ହାତୀ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ହାତୀମାନଙ୍କ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ଘଟିଥିବା ଢେଙ୍କାନାଳ ଡ଼ିଏଫଓ ସୂଚନା ଦେଇଛନ୍ତି । ତେବେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ହାତୀ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ