ETV Bharat / state

ପୁଅ ବେକରେ ଛୁରି ଦେଖାଇ ଲୁଟିନେଲେ ୬୦ ହଜାର ଟଙ୍କା ଓ ୪ ଭରି ସୁନା - ଘରେ ପଶି ଲୁଟିଲେ ୩ ଦୁର୍ବୃତ୍ତ

ମରଣା ଅସ୍ତ୍ର ଦେଖାଇ ଲୁଟିନେଲେ 60 ହଜାର ଟଙ୍କା ଓ 4 ଭରି ସୁନା ଆଳଙ୍କାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ପୁଅ ବେକରେ ଛୁରି ଦେଖାଇ ଲୁଟିନେଲେ ୬୦ ହଜାର ଟଙ୍କା ଓ ୪ ଭରି ସୁନା

author img

By ETV Bharat Odisha Team

Published : Nov 12, 2023, 8:04 AM IST

ପୁଅ ବେକରେ ଛୁରି ଦେଖାଇ ଲୁଟିନେଲେ ୬୦ ହଜାର ଟଙ୍କା ଓ ୪ ଭରି ସୁନା

ଢେଙ୍କାନାଳ: ଘରେ ପଶି ଲୁଟିନେଲେ ୬୦ ହଜାର ଟଙ୍କା ଓ ୪ ଭରି ସୁନା । ଏପରି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗରୁଡବନ୍ଦୀ ଗ୍ରାମରେ । ଗତକାଲି(ଶୁକ୍ରାବାର) ବିଳମ୍ବିତ ରାତିରେ ଗ୍ରାମର ବିଜୟ ରାଉତଙ୍କ ଘରର ଗ୍ରିଲ ଭାଙ୍ଗି ଲୁଟିଲେ ୩ ଜଣ ଦୁର୍ବୃତ୍ତ । ଏନେଇ ପରିବାର ଲୋକେ ଭୁବନ ପୋଲିସ ଥାନାରେ ଏକ ଲିଖିକ ଅଭିଯୋଗ କରିଥିବା ବେଳେ ପୋଲିସ ଏହା ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ...ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ: ଜୀବନ୍ତ ବୋମା, ବନ୍ଧୁକ ଓ ଗୁଳି ଜବତ

ସୂଚନା ଯୋଗ୍ୟ ଗତକାଲି ବିଳମ୍ବିତ ରାତି ବିଜୟ ରାଉତଙ୍କ ଘରରେ ୩ ଜଣ ଦୁର୍ବୃତ୍ତ ଲୁଟ୍‌ କରିଥିଲେ । ଲୁଟେରାମାନେ ମୁହଁରେ ପଟି ବାନ୍ଧି ପ୍ରଥମେ ଘରର ଗ୍ରିଲ୍‌ ଭାଙ୍ଗି ପଶି ଥଲେ । ବିଜୟଙ୍କ ଏବଂ ତାଙ୍କ ସ୍ତ୍ରୀ ଶୋଇଥିବା ଘରେ ବାହାର ପଟୁ କବାଟ ବନ୍ଦ କରିଥିଲେ । ପରେ ବିଜୟଙ୍କ ବୋହୁ ଓ ନାତି ଶୋଇଥିବା ଘରେ ପସି ପୁଅ ବେକରେ ଛୁରି ଲଗାଇ ଭୟଭୀତ କରିଥିଲେ ଲୁଟେରା । ପରେ ଲୁଟେରାମାନେ ଆଲମିରା ଭାଙ୍ଗି ସେଥିରୁ ୬୦ ହଜାର ଟଙ୍କା ଓ ୪ ଭରି ସୁନା ଲୁଟିନେଇ ପଳାଇବାରେ ସକ୍ଷମ ହୋଇଥିଲେ । ଏ ସମ୍ପର୍କରେ ଗତ ଶନିବାର ପରିବାର ଲୋକେ ଭୁବନ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ ...Keonjhar: ପସଲରରେ ଫଲୋ କଲେ, ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଲେ !

ପୂର୍ବରୁ ରାଜଧାନୀ ଭୁବନେଶ୍ୱରେ ବି ଅନୁରୂପ ଘଟଣା ଘଟିଥିଲା । ଏଠାରେ ଜଣେ ବୃଦ୍ଧା ଲୁଟର ଶିକାର ହୋଇଥିଲେ । ଅଳଙ୍କାର ନେଇ ଧରାପଡ଼ିଥିଲା କେୟାରଟେକର । ବୃଦ୍ଧା ଜଣକ ଅଭିଯୁକ୍ତକୁ ନିଜ ନାତି ଭଳି ସ୍ନେହ କରି ଘରେ ରଖିଥିବା ବେଳେ ବୃଦ୍ଧାଙ୍କ ଅଳଙ୍କାର ନେଇ ଫେରାର ହୋଇଯାଇଥିଲା ଉକ୍ତ ଯୁବକ । ଏହା ପରେ ନଭେମ୍ବର ୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ଜଣକ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କେୟାରଟେକରକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ଢେଙ୍କାନାଳର ତାପସ କୁମାର ନାୟକ ବୋଲି ଜଣାପଡିଥିଲା । ପୋଲିସ ଅଭିଯୁକ୍ତଠାରୁ ୨୪ ଗ୍ରାମର ସୁନା ଚେନ୍‌ ସହ ୪ ହଳ ୧୦ଗ୍ରାମର କାନଫୁଲ ଜବତ କରିଥିଲା । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ...ଲୋକଙ୍କ ଆଗରେ ଲୁଟପାଟର ଅଭିନୟ, ମିଛରେ ଟଙ୍କା ବ୍ୟାଗ୍ ଛଡ଼ାଇ ସତରେ ଗିରଫ

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.