ETV Bharat / state

ଜବର ଦଖଲ ଉଚ୍ଛେଦ ପାଇଁ ଆସିଥିଲା କୋର୍ଟରୁ ନିର୍ଦ୍ଦେଶ, ଖାଲି ହାତରେ ଫେରିଲା ପ୍ରଶାସନ

ଜମି ଜବର ଦଖଲ ଉଚ୍ଛେଦ କରିବାକୁ ଆସି ଖାଲି ହାତରେ ଫେରିଲା ପ୍ରଶାସନ । ଅଧିକ ପଢନ୍ତୁ..

ଜବର ଦଖଲ ଉଚ୍ଛେଦ ପାଇଁ ଆସିଥିଲା କୋର୍ଟ ନିର୍ଦ୍ଧେଶ , ଖାଲି ହାତରେ ଫେରିଲା ପ୍ରଶାସନ

author img

By

Published : Aug 26, 2021, 1:47 PM IST

ଢେଙ୍କାନାଳ: ଜମି ଜବର ଦଖଲ ହୋଇଥିବାରୁ ଉଚ୍ଛେଦ ପାଇଁ ଆସିଥିଲା କୋର୍ଟରୁ ନିର୍ଦ୍ଦେଶ । ହେଲେ ଜମି ଉପରେ ପ୍ରଧାନମନ୍ତ୍ରୀ ଆବାସ ଘର ଦେଖି ଉଚ୍ଛେଦ ନକରି ଖାଲି ହାତରେ ଫେରିଲା ପ୍ରଶାସନ । ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁନିଦା ଗ୍ରାମରେ । ଗ୍ରାମର ଦୁଇଟି ପରିବାର ଅନୁକୁଳ ବାରିକ ଓ ଭିମଶେନ ବାରିକ ସରକାରୀ ଜମିକୁ ଦଖଲ କରି ଦୀର୍ଘ ବର୍ଷ ହେଲା ବସବାସ କରୁଥିଲେ । ଏହି ଦୁଇ ପରିବାର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ସରକାର ସେମାନଙ୍କୁ ଘର ଯୋଗାଇ ଦେଇଛନ୍ତି । କିନ୍ତୁ ଗ୍ରାମର ଏହି ଦୁଇ ଜମି ଜବର ଦଖଲକାରୀଙ୍କ ବିରୁଦ୍ଧରେ ଗ୍ରାମବାସୀ ଜମି ଉଚ୍ଛେଦ ପାଇଁ କୋର୍ଟରେ ଅଭିଯୋଗ କରିଥିଲେ ।

ଜବର ଦଖଲ ଉଚ୍ଛେଦ ପାଇଁ ଆସିଥିଲା କୋର୍ଟ ନିର୍ଦ୍ଧେଶ , ଖାଲି ହାତରେ ଫେରିଲା ପ୍ରଶାସନ

ଏହା ପରେ ସ୍ଥାନୀୟ ତହସିଲଦାରଙ୍କୁ ଜମି ଉଚ୍ଛେଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସ୍ଥାନୀୟ ମାଜିଷ୍ଟେଟ୍ ପୋଲିସ ସହାୟତାରେ ଏକ ଜେସିବ ମେସିନ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଘଟଣାସ୍ଥଳରେ କିଛି ଲୋକ ଜବର ଦଖଲ ଉଚ୍ଛେଦକୁ ବିରୋଧ କରିଥିଲେ । ପରେ ମାଜିଷ୍ଟେଟ୍ ଦୁଇ ଜବର ଦଖଲକାରୀଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସରକାରୀ ଜମି ଉପରେ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ସରିଥିବା ଯାଞ୍ଚରୁ ଜଣାପଡିବା ପରେ ଜମି ଉଚ୍ଛେଦ ନକରି ଫେରି ଆସିଥିଲେ ମାଜିଷ୍ଟେଟ୍ । ପରେ ଦୁଇ ପରିବାରକୁ ବସୁନ୍ଧରା ଯୋଜନାରେ ପଟ୍ଟା ନିମନ୍ତେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.