ETV Bharat / state

ପଞ୍ଜାବରେ AAPର ସୁପର ସୋ ! ଢେଙ୍କାନାଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ

ପାଞ୍ଚୋଟି ରାଜ୍ୟର ଭୋଟ ଗଣତି ଫଳାଫଳକୁ ନେଇ ଢେଙ୍କାନାଳରେ ପ୍ରତିଫଳନ ଦେଖିବାକୁ ମିଳିଛି । ପଞ୍ଜାବରେ ଆପ ଆଗରେ ରହିଥିବାରୁ ଢେଙ୍କାନାଳରେ ଆପ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଅଧିକ ପଢନ୍ତୁ

author img

By

Published : Mar 10, 2022, 6:16 PM IST

ପଞ୍ଜାବରେ ଆପ ଆଗରେ, ଢେଙ୍କାନାଳରେ ଆପ କର୍ମୀଙ୍କ ମଧ୍ୟରେ ଉତ୍ସାହ

ଢେଙ୍କାନାଳ: ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଧିରେ ଧିରେ ଆସିବାରେ ଲାଗିଛି । ଏପଟେ ଭୋଟ ଗଣତି ଫଳାଫଳକୁ ନେଇ ଢେଙ୍କାନାଳରେ ପ୍ରତିଫଳନ ଦେଖିବାକୁ ମିଳିଛି । ପଞ୍ଜାବରେ ଆପ୍ କ୍ଲିନସ୍ବିପ୍ କରିଥିବାରୁ ଢେଙ୍କାନାଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଢେଙ୍କାନାଳ ସହର କଚେରୀ ରୋଡ଼ ସ୍ଥିତ ଆପ କାର୍ଯ୍ୟାଳୟ ସମ୍ମୁଖରେ ଆପ କର୍ମୀ ଏକତ୍ରିତ ହୋଇଛନ୍ତି ଉତ୍ସବ ପାଳିବାରେ ଲାଗିଛନ୍ତି ।

ଏଥିସହ ବାଣ ଫୁଟାଇବା ସହ ନିଜ ନିଜ ମଧ୍ୟରେ ମିଠା ଖୁଆଉ ଥିବା ଦେଖିବାକୁ ମିଳିଛି । ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରୱାଲଙ୍କ ଲୋକପ୍ରିୟ କାର୍ଯ୍ୟକଳାପ ଆପକୁ କ୍ରମଶଃ ସଫଳତା ଦିଗରେ ଆଗେଇ ନେଉ ଥିବାରୁ ଆପ କର୍ମୀଙ୍କ ମହଲରେ ବେଶ ଆନନ୍ଦ ଓ ଉତ୍ସାହିତ ହୋଇ ପଡିଛନ୍ତି ।

ତେବେ AAP ବର୍ତ୍ତମାନ ସୁଦ୍ଧା ଆସିଥିବା ଲିଡ୍ ଏବଂ ବିଜୟ ଟ୍ରେଣ୍ଡରେ 92ଟି ଆସନରେ ଆଗରେ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.