ETV Bharat / state

ମହିଳାଙ୍କ ମୃତଦେହକୁ ମିଳିଲାନି କାନ୍ଧ, ଅନ୍ତିମ ସଂସ୍କାର କଲା ଯୁବ ସଂଗଠନ - ଶକ୍ତି ସୁଗାର ମିଲ

ମୃତ୍ୟୁ ପରେ ମହିଳାଙ୍କ ମୃତଦେହକୁ ଛୁଇଁଲେନି କାରଖାନା କର୍ମଚାରୀ କି କଲୋନୀ ବାସିନ୍ଦା। ଢେଙ୍କାନାଳ ଶକ୍ତି ସୁଗାର କାରଖାନାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

a woman's dead body was not found shoulder for cremation in dhenkanal
ମହିଳାଙ୍କ ମୃତେଦେହକୁ ମିଳିଲାନି କାନ୍ଧ, ଅନ୍ତିମ ସଂସ୍କାର କଲା ଯୁବ ସଂଗଠନ
author img

By

Published : Jan 13, 2021, 9:36 PM IST

ଢେଙ୍କାନାଳ: ମୃତ୍ୟୁ ପରେ ମହିଳାଙ୍କ ମୃତଦେହକୁ ଛୁଇଁଲେନି କାରଖାନା କର୍ମଚାରୀ କି କଲୋନୀ ବାସିନ୍ଦା। ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ମୃତଦେହକୁ ଚାରିକାନ୍ଧ ଦେଲେ ଯୁବ ସଂଗଠନ। ଢେଙ୍କାନାଳ ହରିପୁର ଶକ୍ତି ସୁଗାର କାରଖାନାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏକ ଯୁବ ସଂଗଠନ।

ମହିଳାଙ୍କ ମୃତେଦେହକୁ ମିଳିଲାନି କାନ୍ଧ, ଅନ୍ତିମ ସଂସ୍କାର କଲା ଯୁବ ସଂଗଠନ

ମୃତକ ବୃଦ୍ଧା ଜଣଙ୍କ ବୀଣାପାଣି ଦତ୍ତ ବୋଲି ଜଣାପଡ଼ିଛି । ଦିନେ ପଡ଼ୋଶୀମାନଙ୍କ ସହ ବେଶ ପରିଚିତ ହୋଇଥିବା ମହିଳା ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ହୋଇଗଲେ ଅଲୋଡ଼ା। ଜାତିପ୍ରଥା ଭଳି କଳୁଷିତ ଅନ୍ଧ ବିଶ୍ବାସ ଯୋଗୁଁ ମହିଳାଙ୍କୁ ଚାରିକାନ୍ଧ ଦେବାକୁ କେହି ଆଗେଇ ଆସିନଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ମୃତଦେହ ପଡ଼ିରହିଥିଲା।

ଏପରି ଅମାନବୀୟ ଘଟଣା ସମ୍ପର୍କରେ ଖବର ପାଇବା ପରେ ମହିଳାଙ୍କ ଅନ୍ତିମ ସଂସ୍କାର କରିବାକୁ ଅଣ୍ଟା ଭିଡ଼ିଥିଲେ। ସାମାଜିକ ଯୁବ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡସ। ଏହି ସ୍ବେଛାସେବୀ ଯୁବ ସଂଗଠନର ସଦସ୍ୟମାନେ ମହିଳାଙ୍କୁ ଚାରିକାନ୍ଧ ଦେଇଥିଲେ। ମୃତକଙ୍କ ଭାଇ ପ୍ରକାଶ ଦତ୍ତ ଶକ୍ତି ସୁଗାର୍ସ କାରଖାନାର କର୍ମଚାରୀ। ସେ ତାଙ୍କ ଭାଇଙ୍କ ସହ କାରଖାନା କର୍ମଚାରୀ କଲୋନୀରେ ରୁହନ୍ତି। ଆଜି(ବୁଧବାର) ବୀଣାପାଣିଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା । ଅନ୍ତିମ ସଂସ୍କାର ପାଇଁ ତାଙ୍କ ଭାଇ ପଡୋଶୀଙ୍କଠାରୁ ଆରମ୍ଭକରି କଲୋନୀବାସୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହାୟତା ଲୋଡ଼ିଥିଲେ । ହେଲେ କିଛି ଲାଭ ହୋଇନଥିଲା।

ସାମାଜିକ ଜାତିପ୍ରଥା ତଥା ଛୁଆଁ ଅଛୁଆଁ ଭେଦଭାଗ ବୃଦ୍ଧାଙ୍କ ମୃତଦେହକୁ କାନ୍ଧ ଦେବାକୁ କେହି ଆସିନଥିଲେ। ଫଳରେ ଚାରି ଘଣ୍ଟାକାଳ ମୃତଦେହ ପଡ଼ି ରହିଥିଲା। ସାମାଜିକ ଯୁବ ସଂଗଠନ ହେଲପିଙ୍ଗ ହ୍ୟାଣ୍ଡସ ଏଭଳି କାର୍ଯ୍ୟ ଯୋଗୁଁ ଏବେ ସାଧୁବାଦର ପାତ୍ର ହୋଇଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.