ETV Bharat / state

ଜଙ୍ଗଲୀ ବାରହାଙ୍କ ଆକ୍ରମଣରେ ୫ ଗୁରୁତର - a wild boar attack in dhenkanal

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମରେ ବାରହା ଆକ୍ରମଣରେ ୫ ଗୁରୁତର ହୋଇଛନ୍ତି । ଏଥିରେ ଗ୍ରାମର ୩ ଜଣ ପୁରୁଷ ଓ ୨ ମହିଳା ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଜଙ୍ଗଲି ବାରାହା ଆକ୍ରମଣ
ଜଙ୍ଗଲି ବାରାହା ଆକ୍ରମଣ
author img

By

Published : Mar 23, 2021, 3:06 PM IST

ଢେଙ୍କାନାଳ: ବାରହା ଆକ୍ରମଣରେ 5 ଗୁରୁତର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମରେ ବାରହା ଆକ୍ରମଣରେ ୫ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ ଗ୍ରାମର ୩ ଜଣ ପୁରୁଷ ଓ ୨ ମହିଳା ଗୁରତର ଆହତ ହୋଇଛନ୍ତି ।

ଜଙ୍ଗଲି ବାରାହା ଆକ୍ରମଣ

ଆଜି(ମଙ୍ଗଳବାର) ସକାଳେ ଘରେ ସମସ୍ତେ ଥିବାବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ । ସମସ୍ତ ଗୁରୁତର ହେଲେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମର।

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ସମସ୍ତେ ନିଜେ ନିଜ ଘରେ ନିଜ କାମରେ ବ୍ୟସ୍ତ ଥିବାବେଳେ ଏକ ଜଙ୍ଗଲି ବାରହା ହଠାତ ଆକ୍ରମଣ କରିଥିଲା । ଖବରପାଇ ବନବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ ।

ପରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ରାଇମୁନି କଲାନ, ଗଗନ ପାତ୍ର, ହରି ପଧାନ, ମିନି ପଧାନ ଓ ନରେନ୍ଦ୍ର ପ୍ରଧାନ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.