ETV Bharat / state

ଢେଙ୍କାନାଳରେ ବୀଭତ୍ସ ହତ୍ୟାକାଣ୍ଡ, ଆଖି ତାଡ଼ି ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ - ଆଖି ତାଡ଼ି ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ଢେଙ୍କାନାଳ ନିହଲପ୍ରସାଦରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଆଖି ତାଡିନେବା ସହ ଗୁପ୍ତାଙ୍ଗ କାଟି ଦେଇଛନ୍ତି ଦୁର୍ବୁତ୍ତ । ହତ୍ୟା ପରେ ଘର ବାହାରେ ଫୋପାଡିଛନ୍ତି । ହତ୍ୟାକାରୀଙ୍କୁ ଧରିବା ଦାବିରେ ମୃତଦେହ ରଖି ନିତ୍ୟାନନ୍ଦପୁର ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

A person killed by some unidentified people
ଢେଙ୍କାନାଳରେ ବିଭତ୍ସ ହତ୍ୟାକାଣ୍ଡ
author img

By

Published : Dec 13, 2019, 5:06 PM IST

ଢେଙ୍କାନାଳ: ନିହଲପ୍ରସାଦ ଥାନାର ନିତ୍ୟାନନ୍ଦପୁରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଏହି ଅଞ୍ଚଳର ଜଣେ ଯୁବକକୁ ଦୁର୍ବୁତ୍ତମାନେ ହତ୍ୟା କରିବା ପରେ ମୃତଦେହକୁ ତାଙ୍କ ଘରେ ଫୋପାଡି ଦେଇ ପଳାଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀ ରାସ୍ତା ଉପରେ ମୃତଦେହ ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାସ୍ତାରେ ଟାୟାର ଜାଳି ନିହଲପ୍ରସାଦ ଚଡେଇଧରା ମୁଖ୍ୟ ରାସ୍ତା ଅବରୋଧ କରି ହତ୍ୟାକାରୀଙ୍କୁ ଠାବ କରିବା ଦାବିରେ ଅଡି ବସିଛନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

ଢେଙ୍କାନାଳରେ ବିଭତ୍ସ ହତ୍ୟାକାଣ୍ଡ

ମୃତକ ଯୁବକ ଜଣକ ସ୍ଥାନୀୟ ନିତ୍ୟାନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡି ନାହିଁ। ତେବେ ଦୁର୍ବୁତ୍ତମାନେ ତାଙ୍କ ଆଖି ତାଡି ଦେଇଥିବା ବେଳେ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି । ଗଳାଚିପି ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ମୃତଦେହକୁ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଗତରାତ୍ରିରେ ଫୋପାଡି ଦେଇଥିବା ଜଣାପଡିଛି। ମୃତ ପୂର୍ଣ୍ଣଙ୍କ ସ୍ତ୍ରୀ ଓ ପିଲାଛୁଆ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ବେଳେ ଘରେ କେହି ନଥିବାରୁ ଆଜି ସକାଳେ ପଡୋଶୀମାନେ ତାଙ୍କ ମୃତଦେହ ଘର ଆଗରେ ପଡିଥିବା ଦେଖିବାକୁ ପାଇଥିଲେ।

ପୂର୍ଣ୍ଣ ସ୍ଥାନୀୟ ଅଞ୍ଚଳରେ ଥିବା ଅରୁଣ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। ତେବେ ତାଙ୍କୁ ଏପରି ବିଭତ୍ସ ହତ୍ୟାର କାରଣ ଓ ହତ୍ୟାକାରୀଙ୍କୁ ତୁରନ୍ତ ଠାବ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳକୁ ନିହଲପ୍ରସାଦ ଥାନା ପୋଲିସ ଓ ଢେଙ୍କାନାଳରୁ ଏସଡିପିଓ ପୋଲିସ ଫୋର୍ସ ନେଇ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ତେବେ ରାସ୍ତା ଅବରୋଧ ଯୋଗୁଁ ନିହଲପ୍ରସାଦ ଓ ଚଢେଇଧରା ଦେଇ ଯାଜପୁର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ନିହଲପ୍ରସାଦରେ ଯୁବକଙ୍କୁ ବିଭତ୍ସ ହତ୍ୟା/ଆଖି ଫୁଟାଇବା ସହ ମୁତ୍ରାଶୟ କାଟି ଦେଇଛନ୍ତି ଦୁର୍ବୁତ୍ତ/ ବାହାରେ ହତ୍ୟା ପରେ ଘରେ ଫୋପାଡିଛନ୍ତି ମୃତଦେହ/ ହତ୍ୟାକାରୀ ଧରିବା ଦାବିରେ ମୃତ ଦେହ ରଖି ନିତ୍ୟାନନ୍ଦପୁର ଠାରେ ରାସ୍ତା ଅବରୋଧ
ଆଙ୍କର- ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ନିତ୍ୟାନନ୍ଦପୁରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ନିତ୍ୟାନନ୍ଦ ପୁରର ଜଣେ ଯୁବକକୁ ଦୁର୍ବୁତ୍ତ ମାନେ ବାହାରେ ହତ୍ୟା କରିବା ପରେ ମୃତ ଦେହକୁ ତାଙ୍କ ଘରେ ଫୋପାଡି ଦେଇ ପଳାଇଛନ୍ତି। ଏହି ଘଟଣାରେକୁ ନେଇ ମୃତକର ଗ୍ରାମବାସୀ ନିତ୍ୟାନନ୍ଦପୁର ଠାରେ ରାସ୍ତା ଉପରେ ମୃତ ଦେହ ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାସ୍ତାରେ ଟାୟାର ଜାଳି ନିହଲପ୍ରସାଦ ଚଡେଇଧରା ମୁଖ୍ୟ ରାସ୍ତା ଅବରୋଧ କରି ହତ୍ୟାକାରୀଙ୍କୁ ଠାବ କରିବା ଦାବିରେ ଅଡି ବସିଛନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ବେଜନା ଲାଗି ରହିଛି।
Body:ମୃତକ ଯୁବକ ଜଣଙ୍କ ସ୍ଥାନୀୟ ନିତ୍ୟାନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡି ନାହିଁ। ତେବେ ଦୁର୍ବୁତ୍ତ ମାନେ ତାଙ୍କ ଆଖି ତାଡି ଦେଇଥିବା ବେଳେ ମୁତ୍ରାଶ୍ରୟ କାଟି ଦେଇଥିବା ଜଣାପଡିଛି। ଗଳା ମୋଡି ହତ୍ୟା ଅତି ବିଭତ୍ସ ଭାବେ ହତ୍ୟା କରିବା ପରେ ମୃତ ଦେହକୁ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଗତ ରାତ୍ରୀରେ ଫୋପାଡି ଦେଇଥିବା ଜଣାପଡିଛି। ମୃତ ପୂର୍ଣ୍ଣର ସ୍ତ୍ରୀ ଓ ପିଲାଛୁଆ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ବେଳେ ତାଙ୍କ ଘରେ କେହି ନଥିବାରୁ ଆଜି ସକାଳେ ପଡୋଶୀମାନେ ତାଙ୍କ ମୃତ ଦେହ ଘର ଆଗରେ ପଡିଥିବା ଦେଖିବାକୁ ପାଇଥିଲେ। ପୂର୍ଣ୍ଣ ସ୍ଥାନୀୟ ଅଞ୍ଚଳରେ ଥିବା ଅରୁଣ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି। ତେବେ ତାଙ୍କୁ ଏପରି ବିଭତ୍ସ ହତ୍ୟାର କାରଣ ଓ ହତ୍ୟାକାରୀଙ୍କୁ ତୁରନ୍ତ ଠାବ କରି କାର୍ଯ୍ୟାନୁଷ୍ଠାନ ଦାବୀରେ ଅଡି ବସିଛନ୍ତି ଆନ୍ଦୋଳନକାରୀ।Conclusion:ଘଟଣାସ୍ଥଳକୁ ନିହଲପ୍ରସାଦ ଥାନା ପୁଲିସ ଓ ଢେଙ୍କାନାଳରୁ ଏସଡିପିଓ ପୁଲିସ ଫୋର୍ସ ନେଇ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ତେବେ ରାସ୍ତା ଅବରୋଧ ଯୋଗୁଁ ନିହଲପ୍ରସାଦ ଓ ଚଢେଇଧରା ଦେଇ ଯାଜପୁର ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ଠପ ହୋଇଯାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.