ETV Bharat / state

ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ - ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ନଦୀପାର ହେବା ବେଳେ ଭାସିଗଲେ ବୃଦ୍ଧ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 6, 2019, 9:58 PM IST

ଢେଙ୍କାନାଳ: ନଦୀ ପାର ହେବା ବେଳେ ଭାସିଗଲେ ବୃଦ୍ଧ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ଏପରି ଘଟଣା । ମୃତକ ଜଣକ କାମାକ୍ଷନଗର ଥାନା ଗୁଣ୍ଡିଚାନାଳି ଗ୍ରାମର ପ୍ରମୋଦ ନାୟକ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସୂଚନା ମୁତାବକ, ପ୍ରମୋଦ ମଙ୍ଗଳବାର ଦିନ ୨ ଟା ସମୟରେ ନଦୀ ପାର ହୋଇ କରଡାବେରେଣି ଗ୍ରାମକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ତେବେ ବୁଧବାର ସେହି ନଦୀ କୂଳରେ ପ୍ରମୋଦଙ୍କ ମୃତ ଦେହ ଭାସୁଥିବା ଗ୍ରାମର କିଛି ଲୋକ ଦେଖି ତାଙ୍କ ପରିବାର ଓ ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲ ପଠାଇ ଅଧକ ତଦନ୍ତ ଚଳାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ନଦୀ ରେ ବୁଡି ଜଣଙ୍କର ମୃତ୍ୟୁ/ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରାମିଆଳ ନଦୀ ପାର ହେବାବେଳେ ଭାସିଗଲେ
ଅାଙ୍କର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ରାମିଆଳ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାମାକ୍ଷନଗର ଥାନା ଗୁଣ୍ଡିଚାନାଳି ଗ୍ରାମର ପ୍ରମୋଦ ନାୟକ। Body:ମଙ୍ଗଳବାର ଦିନ ୨ ଟା ଠାରୁ ନଦୀ ପାର ହୋଇ କରଡାବେରେଣି ଗ୍ରାମକୁ କିଛି କାମର ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରି ପାଇ ନଥିଲେ। ବୁଧବାର ସ୍କୁଲ ପଛପାଖ ସେହି ନଦୀ କୁଳରେ ପବିତ୍ରର ମୃତ ଦେହ ଭାସୁଥିବାର ଗ୍ରାମର କିଛି ଲୋକ ଦେଖି ତାଙ୍କ ପରିବାର ଓ ପୋଲିସ ଖବର ଦେଇଥିଲେ। Conclusion:ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଯବତ କରିବା ସହ ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲ ପଠାଇ ଅଧକ ତଦନ୍ତ ଚଳାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.