ETV Bharat / state

ଢେଙ୍କାନାଳରେ 9 ନୂଆ କୋରୋନା ପଜିଟିଭ ଚିହ୍ନଟ - 9 new corona positive reports in dhenkanal

ଜିଲ୍ଲାରେ ଶନିବାର ପୁଣି ୯ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ, ମୋଟ ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଆଉ 9 ନୂଆ କୋରୋନା ପଜିଟିଭ ଚିହ୍ନଟ

author img

By

Published : Jul 18, 2020, 3:21 PM IST

ଢେଙ୍କାନାଳ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ଶନିବାର ଢେଙ୍କାନାଳ ଜିଲ୍ଲାରୁ ଆଉ ୯ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି ।

ତେବେ ୯ ଆକ୍ରାନ୍ତଙ୍କ ମଧ୍ୟରୁ ଓଡାପଡା ବ୍ଲକ ଇନ୍ଦିପୁର ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ, ଅଙ୍କରାନ୍ତିପୁର ସଙ୍ଗରୋଧ କେନ୍ଦ୍ରରୁ ଜଣେ, ଗଁଦିଆ ବ୍ଲକ କରମୂଳରୁ ଜଣେ, ପରଜଙ୍ଗ କୁସୁମ ସଙ୍ଗରୋଧ କେନ୍ଦ୍ରରୁ ୨, ଭୁବନ ମହିଳା ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଓ ୨ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗରୁ, ଜଣେ ହରିୟାଣାରୁ, ଜଣେ ଗୁଜୁରାଟରୁ ଓ ଆଉ ଜଣେ ମହାରାଷ୍ଟ୍ରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣାପଡିଛି । ସେହିପରି ଅନ୍ୟ ୨ ଜଣ ବ୍ୟକ୍ତି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସିଥିବାରୁ ହୋମ କ୍ବାରେଣ୍ଟାଇନରେ ରହୁଥିଲେ । ୧୭ ତାରିଖରେ ଏମାନଙ୍କର ପଜିଟିଭ ରିପୋର୍ଟ ଆସିଥିଲା। ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସୁଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ୧୧୮ ଜଣଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ଏବେ ସୁଦ୍ଧା ୨୯ ଆକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.