ETV Bharat / state

ଢେଙ୍କାନାଳରେ ନୂଆ 81 କୋରୋନା ପଜିଟିଭ ଚିହ୍ନଟ, 56 ସୁସ୍ଥ - dhenkanal news

ମଙ୍ଗଳବାର ଢେଙ୍କାନାଳରେ ୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୨୧୪୫ରେ ପହଞ୍ଚିଛି । ଏଥିସହ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ନୂଆ 81 କୋରୋନା ପଜିଟିଭ ଚିହ୍ନଟ, 56 ସୁସ୍ଥ

author img

By

Published : Sep 8, 2020, 5:09 PM IST

ଢେଙ୍କାନାଳ: ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ ୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୨୧୪୫ରେ ପହଞ୍ଚିଛି ।

ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ହୋମ କ୍ବାରେନଣ୍ଟାଇନରୁ ୫୭ ଜଣ, ସ୍ଥାନୀୟ ସଂକ୍ରମିତ ୨୦ , କଟକ ଓ ଭୁବନେଶ୍ବର ହସ୍ପିଟାଲରୁ ୪ ଜଣ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳରୁ ୧୯, ସଦର ବ୍ଲକରୁ ୨୮, କଙ୍କଡାହାଡରୁ ୧୨ , ଓଡାପଡା ୭, ପରଜଙ୍ଗରୁ ୪, ହିନ୍ଦୋଳ, କାମାକ୍ଷାନଗର ଓ ଭୁବନରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଦିଁଆରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ ଓ ଗୋବିନ୍ଦପୁର ସ୍ଥିତ କୋଭିଡ ହେଲଥ କେୟାର ସେଣ୍ଟର ଓ ହିନ୍ଦୋଳ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ପଠାଇଯାଇଛି । ଏଥିସହ ଏମାନେ ରହୁଥିବା ଘର ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି । ସେହିପରି ଜିଲ୍ଲାରେ ଆଜି ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଢେଙ୍କାନାଳରେ ନୂଆ 81 କୋରୋନା ପଜିଟିଭ ଚିହ୍ନଟ, 56 ସୁସ୍ଥ

ତେବେ ଜିଲ୍ଲାରେ ଚିହ୍ନଟ ମୋଟ ୨୧୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହିତ ୨ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହାସହ ୪୭୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.