ETV Bharat / state

ଢେଙ୍କାନାଳରେ ପୁଣି ୬୯ ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ପରେ ୭୫ ସୁସ୍ଥ - dhenkanal news

ଢେଙ୍କାନାଳ ଜିଲ୍ଲାରେ ପୁଣି ୬୯ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଢେଙ୍କାନାଳର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୯କୁ ବୃଦ୍ଧି ପାଇଛି। ସେପଟେ ଚିକିତ୍ସା ପରେ ୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳରେ ପୁଣି ୬୯ ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ପରେ ୭୫ ସୁସ୍ଥ

author img

By

Published : Sep 5, 2020, 6:12 PM IST

ଢେଙ୍କାନାଳ: ଜିଲ୍ଲାରେ ପୁଣି ୬୯ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଢେଙ୍କାନାଳର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୯କୁ ବୃଦ୍ଧି ପାଇଛି। ସେପଟେ ଚିକିତ୍ସା ପରେ ୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଢେଙ୍କାନାଳରେ ପୁଣି ୬୯ ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ପରେ ୭୫ ସୁସ୍ଥ
ଢେଙ୍କାନାଳରେ ପୁଣି ୬୯ ଆକ୍ରାନ୍ତ ଚିହ୍ନଟ, ଚିକିତ୍ସା ପରେ ୭୫ ସୁସ୍ଥ

ଶନିବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୬୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ଜଣ ହୋମକ୍ବାରେଣ୍ଟାଇନରୁ ଓ ୨୦ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ ଜଣ କଟକ ଓ ଭୁବନେଶ୍ବରର ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।

ଓଡାପଡାରୁ ସର୍ବାଧିକ ୨୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଢେଙ୍କାନାଳ ମ୍ୟୁନିସିପାଲଟିରୁ ୧୨, କାମାକ୍ଷାନଗର ୫, ସଦର ବ୍ଳକରୁ ୮, ଭୁବନ ଏନଏସିରୁ ୩ ଜଣ, ଭୁବନ ବ୍ଲକର ମାର୍ଥାପୁରରୁ ୨ଜଣ, ହିନ୍ଦୋଳ ବ୍ଳକରୁ ୩, ଗଦିଁଆ ଓ କଙ୍କଡାହାଡରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନେ ରହୁଥିବା ଘର ଓ ପାଖ ଅଞ୍ଚଳକୁ ସାନିଟାଇଜ କରାଯାଇଛି। ସେପଟେ ଚିକିତ୍ସା ପରେ ୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶନିବାର ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୯୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.