ETV Bharat / state

ଦୁଇଦିନିଆ ଢେଙ୍କାନାଳ ଗସ୍ତରେ 5T ସଚିବ; ଉଦ୍‌ବୋଧନ ଦେଲେ, ଲୋକଙ୍କ ସମସ୍ୟା ଶୁଣିଲେ - 5T ସଚିବ ଭିକେ ପାଣ୍ଡିଆନ

5T ସଚିବ ଭିକେ ପାଣ୍ଡିଆନଙ୍କ ଦୁଇଦିନିଆ ଢେଙ୍କାନାଳ ଗସ୍ତ । ମୁଖ୍ୟ ଷ୍ଟାଡିୟମରେ ଜନସାଧାରଣଙ୍କୁ ବାଣ୍ଟିଲେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଆସନ୍ତାକାଲି ଢେଙ୍କାନାଳର ବଳରାମ ମନ୍ଦିର ପରିଦର୍ଶନ ପରେ ଢେଙ୍କାନାଳ, କାମାକ୍ଷାନଗର ଓ ପରଜଙ୍ଗ ସମେତ ହିନ୍ଦୋଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଧିକ ପଢ଼ନ୍ତୁ

ଦୁଇଦିନିଆ ଢେଙ୍କାନାଳ ଗସ୍ତରେ 5T ସଚିବ
ଦୁଇଦିନିଆ ଢେଙ୍କାନାଳ ଗସ୍ତରେ 5T ସଚିବ
author img

By

Published : Jul 11, 2023, 9:43 PM IST

ଦୁଇଦିନିଆ ଢେଙ୍କାନାଳ ଗସ୍ତରେ 5T ସଚିବ

ଢେଙ୍କାନାଳ: 5T ସଚିବ ଭିକେ ପାଣ୍ଡିଆନ ଆଜି ଦୁଇ ଦିନିଆ ଗସ୍ତରେ ଢେଙ୍କାନାଳରେ ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ମହିଷାପାଟସ୍ଥିତ ପଲିଶ୍ରୀ ପଡ଼ିଆରେ ପହଞ୍ଚିଥିଲେ 5T ସଚିବ । ଏହି ହେଲିପ୍ୟାଡ଼ ନିକଟରେ ସଚିବଙ୍କ ସ୍ବାଗତ ପାଇଁ ରହିଥିବା ଶହ ଶହ ଲୋକଙ୍କୁ ଭେଟିଥିଲେ 5T ସଚିବ । ପରେ କାର ଯୋଗେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବାଣ୍ଟିଥିଲେ ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସଚିବ କହିଛନ୍ତି, "ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀଙ୍କ ସୁରକ୍ଷିତ ଓ ନିରାମୟ ଜୀବନ ପାଇଁ ସରକାର ଅନେକ ଉଦ୍ୟମ କରିଛନ୍ତି । ଏହାସହ 5T ସ୍କୁଲ ରୂପାନ୍ତରୀକରଣରେ ଶିକ୍ଷାକୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମଧ୍ୟରେ ମହିଳାଙ୍କୁ ସଶକ୍ତିକରଣ କରି ଆଜି ରାଜ୍ୟରେ ମହିଳାମାନେ ବିକାଶର ମାଧ୍ୟମ ପାଲଟି ଯାଇଛନ୍ତି ।" ଏହି ଅବସରରେ ବିଭିନ୍ନ ଲୋକଙ୍କ ପାଖକୁ ଯାଇ ଲୋକଙ୍କର ବିଭିନ୍ନ ସମସ୍ୟା ସମ୍ପର୍କୀତ ଅଭିଯୋଗ ଓ ଆବେଦନ ଗ୍ରହଣ କରିଥିଲେ 5T ସଚିବ । ତେବେ ଚାଷୀ, ଚାଷ, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟଜନିତ ସମସ୍ୟା ସମ୍ବଳିତ ଅଭିଯୋଗ ସବୁକୁ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସଚିବ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାରରୁ ଅଧିକ ଲୋକ ସାମିଲ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...5T Secretary Anugul Visit: ଶୁଣିଲେ ଲୋକଙ୍କ ଅଭିଯୋଗ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତା ମନ୍

ଏହାପରେ ବିବି ହାଇସ୍କୁଲ ଗୋଡିପଡିଆଠାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜକୁ 5T ଯୋଜନାରେ ସାମିଲ କରି ଆସନ୍ତା ଡିସେମ୍ବର ମାସ ସୁଦ୍ଧା ନୂଆ ରୂପ ଦେବାକୁ ସେ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ ଆତ୍ମବିଶ୍ବାସ ଜାଗ୍ରତ କରିବାକୁ ଉତ୍ସାହିତ କରିଥିଲେ ସଚିବ । ଏଥିପାଇଁ ଯୋଗ, ସାଧନା ଓ ନିଷ୍ଠା ତଥା କଠିନ ପରିଶ୍ରମର ଆବଶ୍ୟକତା ରହିଛି ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହାଦ୍ବାରା ଆତ୍ମବିଶ୍ବାସ ଜାଗ୍ରତ ହେବାସହ ନିଜର ତଥା ନିଜ ବାପା ମାଆଙ୍କର ସ୍ବପ୍ନ ସାକାର ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ 5T ସଚିବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.