ଢେଙ୍କାନାଳ: ରାଜ୍ୟର ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗୁରୁବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିଲେ । ସରାଙ୍ଗ ସ୍ଥିତ ଅନନ୍ତ ଶୟନ କ୍ଷେତ୍ରର ବିକାଶ ସମେତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ୧ ହଜାର କୋଟି ଟଙ୍କା ମଞ୍ଜୁର ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ପରଜଙ୍ଗ ମିନି ଷ୍ଟାଡିୟମଠାରେ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ନୂତନ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିଲେ 5-ଟି ଅଧ୍ୟକ୍ଷ ।
ସୂଚନାଯୋଗ୍ୟ, ରାଜ୍ୟରେ ମଠ ମନ୍ଦିର ଓ ମସ୍ଜିଦ ଆଦି ଧର୍ମାନୁଷ୍ଠାନ ନୂଆ ରୂପ ନେଉଛି । ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପରେ ସାମିଲ ହୋଇଛି ରାଜ୍ୟର ଅନ୍ୟତମ ଆଧ୍ୟାତ୍ମିକ କ୍ଷେତ୍ର ଢେଙ୍କାନାଳର ସରାଙ୍ଗ ସ୍ଥିତ ଅନନ୍ତ ଶୟନ କ୍ଷେତ୍ର । ପୂର୍ବ ପ୍ରତିଶୃତି ମୁତାବକ ଏହି ଅନନ୍ତ ଶୟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସାଢ଼େ ୩ କୋଟି ପ୍ରଦାନ କରିଛନ୍ତି । ଏହାସହ ଯୋଗାଯୋଗ ଓ ରାସ୍ତାଘାଟ ଉନ୍ନୟନ ପାଇଁ ୨କୋଟି ୭୦ଲକ୍ଷ ଅନୁମୋଦନ କରିଛନ୍ତି । ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ଧନ୍ୟବାଦ ସଭାରେ ଯୋଗ ଦେଇଥିଲେ ପାଣ୍ଡିଆନ । ଯାହାକୁ ନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଏକ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେଥିମଧ୍ୟରେ ସାଂଦା ଠାରେ ଗ୍ରୀଡ଼ ସ୍ଥାପନ ପାଇଁ ୫୦ କୋଟି, ମୁକ୍ତାପଶି ପାଖରେ ଗ୍ରୀଡ଼ ସବ ଷ୍ଟେସନ ଓ ଅଷ୍ଟଶମ୍ଭୁ ମନ୍ଦିର ଉନ୍ନୟନ ସାଙ୍ଗକୁ କୃଷକମାନଙ୍କ ପାଇଁ ଜମିକୁ ଜଳସେଚନ ନିମନ୍ତେ ଶୁଣ୍ଢି କାଟେଣି ଆଡି ବନ୍ଧ ନିର୍ମାଣ ପାଇଁ ୯ଶହ କୋଟି ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା ସୂଚନା ଦେଇଛନ୍ତି ପାଣ୍ଡିଆନ ।
ଏହା ମଧ୍ୟ ପଢନ୍ତୁ...ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଅଞ୍ଚଳର କଣ ବିକାଶ କରିଛ
ଏହି ଅବସରରେ ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କେପି ସିଂହଦେଓଙ୍କ ଅମଳରେ ସେ ଆଇଆଇଏମସି ଓ ବିରାଶାଳ ଠାରେ ପାଇଲଟ ଟ୍ରେନିଂ ସେଣ୍ଟର ଏବଂ ଜୁଏଲ ଓରାମ, ବିଶେଶ୍ୱର ଟୁଡୁ ପ୍ରମୁଖ ଉନ୍ନୟନ ପ୍ରକଳ୍ପମାନ କରିଛନ୍ତି । ଆମର ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶ ଓ ଶିକ୍ଷା ମନ୍ତ୍ରାଳୟର ଥାଇ ମଧ୍ୟ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ପାଇଁ କ'ଣ ଦକ୍ଷତା ବିକାଶ କରିଛନ୍ତି ? ୧୦ ବର୍ଷ ପୂରିବାକୁ ଆଉ ବାକି ଅଛି । ଜନ ସାଧାରଣଙ୍କ ପାଇଁ କିଛି କରନ୍ତୁ ବୋଲି କହି ଧର୍ମେନ୍ଦ୍ରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ଭିକେ ପାଣ୍ଡିଆନ ।
ଅନ୍ୟପଟେ ବିଜୁ ସ୍ୱାସ୍ଥ୍ୟ ଯୋଜନା, ରାଜ୍ୟରେ ଗରିବ ଅସହାୟମାନଙ୍କୁ ସାହସ ଯୋଗାଉଥିବା ବେଳେ ଏହି କାର୍ଡ ପାଇନଥିବା ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ବିଭିନ୍ନ ପଞ୍ଚାୟତରେ ବ୍ୟାଙ୍କ ଓ ଲକ୍ଷ୍ମୀ ଯୋଜନାରେ ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାତ୍ର ୫ ଟଙ୍କା ବସ୍ ଭଡାରେ ପ୍ରତି ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ପାଇଁ ଖୁବଶୀଘ୍ର ବସ ସେବା ଆରମ୍ଭ କରାଯିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ । ତେବେ ଗରିବ ଜନ ସଧାରଣଙ୍କର ସ୍ୱପ୍ନ ସାକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ଗଠନ ସଫଳ ହେବ ବୋଲି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ