ETV Bharat / state

ଲକଡାଉନ କଟକଣା ମାନୁନାହାନ୍ତି ଅମାନିଆ ଦୋକାନୀ, ଢେଙ୍କାନାଳରେ ସିଲ ହେଲା 5 ଦୋକାନ

author img

By

Published : Jun 2, 2021, 9:35 PM IST

କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବା ସମସ୍ତଙ୍କ ଚିନ୍ତା ବଢାଇଥିବାବେଳେ କିଛି ସ୍ଥାନରେ ଅମାନିଆ ଦୋକାନୀ ଭାଙ୍ଗୁଛନ୍ତି ଲକଡାଉନ କଟକଣା । ଢେଙ୍କାନାଳରେ ସିଲ ହେଲା 5 ଦୋକାନ । ଅଧିକ ପଢନ୍ତୁ...

ଲକଡାଉନ କଟକଣା ମାନୁନାହାନ୍ତି ଅମାନିଆ ଦୋକାନୀ, ଢେଙ୍କାନାଳରେ ସିଲ ହେଲା 5 ଦୋକାନ
ଲକଡାଉନ କଟକଣା ମାନୁନାହାନ୍ତି ଅମାନିଆ ଦୋକାନୀ, ଢେଙ୍କାନାଳରେ ସିଲ ହେଲା 5 ଦୋକାନ

ଢେଙ୍କାନାଳ: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବା ସମସ୍ତଙ୍କ ଚିନ୍ତା ବଢାଇଥିବାବେଳେ ରାଜ୍ୟରେ ଜାରି ରହିଛି ଲକଡାଉନ। ତେବେ ଏହା ସତ୍ତ୍ବେ ମଧ୍ୟ କିଛି ଅମାନିଆ ଦୋକାନୀ କୋଭିଡ କଟକଣାକୁ ଫୁଁ କରିଦେଉଥିବା ଦେଖିବାକୁ ମିଳିଛି । ଫଳରେ ବୁଧବାର ଢେଙ୍କାନାଳ ପୌରକତ୍ତୃପକ୍ଷଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଲକଡାଉନ ଗାଇଡ଼ଲାଇନକୁ ବେଖାତିର କରି କିଛି ଦୋକାନରେ ଲୋକ ଭିଡ଼ କରି ଲୁଚାଛପା ବେପାର କରୁଥିବା ଖବର ପାଇ ଚଢ଼ାଉ କରି 5 ଦୋକାନକୁ ସିଲ କରିଛନ୍ତି ପୌରପାଳିକା କର୍ତ୍ତୃପକ୍ଷ ।

ସହରର ମହାବୀର ବଜାରସ୍ଥିତ ସାଗର ଶାଢ଼ୀ ସେଣ୍ଟର, ଶ୍ରୀ ଗଣେଶ ଡ୍ରେସ ହାଉସ, ଲକ୍ଷ୍ମୀ ବଜାରର ଆଦିତ୍ୟ ଜୁଏଲାରୀ ଓ ସିଏସ ପାତ୍ର ସୁ ଷ୍ଟୋର ତଥା ଦକ୍ଷିଣକାଳୀ ରୋଡ଼ରେ ଥିବା ଭୈରବୀ ଟେଷ୍ଟଟାଇଲ ଭଳ ୫ଟି ଶୋ ରୁମ ଉପରେ ଚଢ଼ାଉ କରିଥିଲେ । ଏହି ଶୋ ରୁମ ଗୁଡିକ ଲକଡାଉନ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ସହ ଏହି ଦୋକାନ ଗୁଡିକୁ ପୌରସଂସ୍ଥା ପକ୍ଷରୁ ସିଲ କରିଦିଆଯାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.