ETV Bharat / state

ଢେଙ୍କାନାଳ ଭୂବନରେ ବଜ୍ରପାତ; 5 ଗୁରୁତର, 3 ଗାଈ ମୃତ - 5 people injured for thunderstorm

ଢେଙ୍କାନାଳ ଜିଲ୍ଲାରେ ସୋମବାର ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଛି । ଜିଲ୍ଲାର ଭୁବନ ଅଞ୍ଚଳରେ ବଜ୍ରାଘାତରେ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ 3 ଗାଈଙ୍କର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳ ଭୂବନରେ ବଜ୍ରପାତ; 5 ଗୁରୁତର, 3 ଗାଈ ମୃତ

author img

By

Published : Jun 8, 2020, 6:55 PM IST

ଢେଙ୍କାନାଳ: କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାରେ ସୋମବାର ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଛି । ତେବେ ଜିଲ୍ଲାର ଭୁବନ ଅଞ୍ଚଳରେ ବଜ୍ରାଘାତରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ଏହାସହ ବଜ୍ରାଘାତରେ ତିନୋଟି ଗାଈର ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଘଡଘଡି ସହିତ ପ୍ରବଳ ବର୍ଷା ହୋଇଥିଲା । ଭୁବନ ଥାନା ଅନ୍ତର୍ଗତ କାନଖାଇ ଗ୍ରାମରେ ଅଗ୍ନିଶମ ବିଭାଗରେ କାର୍ଯ୍ୟ କରୁଥିବା ଗାଣ୍ଡୁ ଦେହୁରୀଙ୍କ ଘରେ ବଜ୍ରପାତ ହୋଇଥିଲା ।

ଢେଙ୍କାନାଳ ଭୂବନରେ ବଜ୍ରପାତ; 5 ଗୁରୁତର, 3 ଗାଈ ମୃତ

ବଜ୍ରପାତ ଏତେ ଜୋରରେ ହୋଇଥିଲା ଯେ ଘରର ବାରଣ୍ଡା ଗର୍ତ୍ତ ସୃଷ୍ଟି ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଗୁହାଳରେ ଗାଈଗୁଡାକ ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତରେ 3ଟି ଗାଈ ପ୍ରାଣ ହରାଇଲେ । ଏହି ବଜ୍ରାଘାତରେ ଗାଣ୍ଡୁ ଦେହୁରୀ ଓ ତାଙ୍କର ୫ବର୍ଷର ଝିଅ ବିଷ୍ଣୁପ୍ରିୟା ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ସେହିପରି ଅନନ୍ତପୁର ଗ୍ରାମରେ ଦୁଇ ଜଣ ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଦୁହେଁ ରୁନୁ ପାତ୍ର ଓ ମିଲି ପାତ୍ର ବୋଲି ଜଣାପଡିଛି । ଆହୁରି ମଧ୍ୟ ଭୁବନ ରେଣଦାପାଟଣା ଗ୍ରାମର ଶ୍ରୋତା ଆଏଚ ନାମକ ଜଣେ ଯୁବତୀ ମଧ୍ୟ ବଜ୍ରପାତରେ ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.