ETV Bharat / state

ଭୁବନକୁ 5 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

author img

By

Published : Aug 6, 2020, 1:43 PM IST

ଭୁବନ ଏନଏସି ଢେଙ୍କାନାଳ ପାଇଁ ଏକ ପ୍ରକାର କୋରୋନା ହବ ପାଲଟିଛି । ଯାହାକୁ ନେଇ ବୁଧବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଭୁବନକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

shutdown
ଭୁବନକୁ 5 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ: ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭୁବନ ଏନଏସି ଢେଙ୍କାନାଳ ପାଇଁ ଏକ ପ୍ରକାର କୋରୋନା ହବ ପାଲଟିଛି । ଯାହାକୁ ନେଇ ବୁଧବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଭୁବନକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଭୁବନ ଏନଏସିରେ ଏଯାଏଁ ୪୩ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । କ୍ବାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଭୁବନକୁ 5 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ସଂକ୍ରମଣକୁ ଆଖି ଆଗରେ ରଖି ଭୁବନ ଏନଏସିକୁ ଅଗଷ୍ଟ 5ରୁ ଅଗଷ୍ଟ 11 ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏନଏସି ଅନ୍ତର୍ଗତ ସମସ୍ତ ୧୭ ଗୋଟି ୱାର୍ଡରେ ଡ଼ାକବାଜି ଯନ୍ତ୍ର ଏବଂ ଗାଡି ସାହାଯ୍ୟ ପ୍ରଚାର କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଉଛି ।

ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସେବା ଯେପରି ମେଡ଼ିକାଲ, ଔଷଧ ଦୋକାନ, ପୋଲିସ ଓ ଡାକସେବା, ଅଗ୍ନିଶମ ବାହୀନ, ଜଳ ଯୋଗାଣ ସଂସ୍ଥା, ଆମ୍ବୁଲାନ୍ସ ସେବା ଗୁଡିକ ଖୋଲା ରହିଛି । ନିୟମ ଉଲ୍ଲଙ୍ଘନକାରୀଙ୍କ କଡା କାର୍ଯାନୁଷ୍ଠାନ ନିଆଯିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.