ETV Bharat / state

ବେଙ୍ଗାଲୁରୁରୁ ଭୁବନକୁ ଫେରିଲେ 45 ପ୍ରବାସୀ ଓଡିଆ

author img

By

Published : May 24, 2020, 7:56 PM IST

ରବିବାର ବେଙ୍ଗାଲୁରୁରୁ ଢେଙ୍କାନାଳ ଜିଲ୍ଲା ଭୁବନକୁ ଫେରିଛନ୍ତି ୪୫ଜଣ ପ୍ରବାସୀ ଓଡିଆ । ସମସ୍ତେ ଭୁବନ ଥାନାରେ ଆସି ପହଞ୍ଚିଥିବା ବେଳେ ଏମାନଙ୍କ ଘର ଭୁବନ ବ୍ଲକ ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି ।

45 migrant odias returned from Bengaluru to Bhuban
ବେଙ୍ଗାଲୁରୁରୁ ଭୁବନକୁ ଫେରିଲେ 45 ପ୍ରବାସୀ ଓଡିଆ

ଢେଙ୍କାନାଳ: ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଥିବା ବେଳେ ବାହାର ରାଜ୍ୟ ଫସି ରହିଥିବା ପ୍ରବାସୀ ଓଡିଆ ଏବେ ଭିଟାମାଟି ମୁହାଁ ହୋଇଛନ୍ତି । ଏପରିସ୍ଥଳେ ରବିବାର ବେଙ୍ଗାଲୁରୁରୁ ଢେଙ୍କାନାଳ ଜିଲ୍ଲା ଭୁବନକୁ ଫେରିଛନ୍ତି ୪୫ଜଣ ପ୍ରବାସୀ ଓଡିଆ । ସମସ୍ତେ ଭୁବନ ଥାନାରେ ଆସି ପହଞ୍ଚିଥିବା ବେଳେ ଏମାନଙ୍କ ଘର ଭୁବନ ବ୍ଲକ ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି ।

ଏହି ପ୍ରବାସୀ ଓଡିଆମାନେ 2ଟି ବସ ଯୋଗେ ଆସି ଭୁବନରେ ପହଞ୍ଚିଥିଲେ । ଭୁବନ ଥାନା ତରଫରୁ ସେମାନଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଭୁବନ ଥାନାଧିକାରିଣୀ ନିର୍ମଳା ଗୋଚ୍ଛାୟତ ସୁକିନ୍ଦା ବ୍ଲକ ବିଡିଓଙ୍କ ସହିତ ଯୋଗାଯୋଗ କରି ସୁକିନ୍ଦା ଅଞ୍ଚଳର ପ୍ରବାସୀଙ୍କ ଯିବାର ବନ୍ଦୋବସ୍ତ କରିଛନ୍ତି । ସେହିପରି ଭୁବନ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହିତ ଯୋଗାଯୋଗ କରି ପ୍ରବାସୀମାନଙ୍କୁ ସଙ୍ଗରୋଧ କେନ୍ଦ୍ର ମାନଙ୍କୁ ପଠାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.