ETV Bharat / state

37 ବର୍ଷ ବିବାଦର ଅନ୍ତ, ମୃଦଙ୍ଗା ଗାଁ ହେବନି ବିଭାଜନ - village dispute shut out

ପଲ୍ଲୀ ସଭାରେ ସମାଧାନ ହେଲା 37 ବର୍ଷର ବିବାଦ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ମୃଦଙ୍ଗା ଗାଁ ବିଭାଜନ ହେବନି ବୋଲି ପଲ୍ଲୀସଭାରେ ନିଷ୍ପତ୍ତି ।

village dispute
37 ବର୍ଷ ବିବାଦର ଅନ୍ତ
author img

By

Published : Dec 13, 2019, 8:49 PM IST

ଢେଙ୍କାନାଳ: ପଡିଲା 37 ବର୍ଷର ବିବାଦରେ ପୂର୍ଣ୍ଣଚ୍ଛେଦ । 2ଗାଁ ବିଭାଜନକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି । ଦୁଇଟି ଗାଁ ନୁହେଁ ଗୋଟିଏ ଗାଁ ରହିବ ବୋଲି ମୃଦଙ୍ଗା ଠାରେ ବସିଥିବା ପଲ୍ଲୀସଭାରେ ଏହା ନିଷ୍ପତ୍ତି ହୋଇଛି ।

37 ବର୍ଷ ବିବାଦର ଅନ୍ତ

ସୂଚନା ଅନୁସାରେ, ୧୯୮୨ ମସିହାରେ ଜୈନିକ ରାଜସ୍ବ ନିରୀକ୍ଷକ ମୃଦଙ୍ଗା ଗ୍ରାମର ନଟାକଟା ସାହିରେ ବସବାସ କରୁଥିବା ପ୍ରାୟ ୫୦ଟି ପରିବାରକୁ ନୂଆ ମୃଦଙ୍ଗା ନାମରେ ଏକ ଗାଁ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏହାପରେ ଗାଁ ଲୋକେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ଗାଁ ବିଭାଜନ ପାଇଁ ଜଣାଇଥିଲେ । ଏନେଇ ଗତ 2004 ମସିହାରେ ଜିଲ୍ଲାପାଳ ଗାଁ ବିଭାଜନ ପାଇଁ ଚିଠି ପଠାଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।

ତେବେ ଶୁକ୍ରବାର ଏହି ବିବାଦର ସମାଧାନ ପାଇଁ ଭୁବନ ତହସିଲ ପକ୍ଷରୁ ପଲ୍ଲୀସଭା ବସିଥିଲା । ସେଥିରେ ବିବାଦର ସମାଧାନ ହୋଇଛି । ଗାଁ ବିଭାଜନ ହେବନି ବୋଲି ସ୍ଥିର ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ପଲ୍ଲୀ ସଭାରେ ରାଜସ୍ବ ଗ୍ରାମ ବିଭାଜନକୁ ବିରୋଧ/ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ମୃଦଙ୍ଗା ଗ୍ରାମ ବିଭାଜନ ବିବାଦ ୩୭ ବର୍ଷ ପରେ ହେଲା ସମାଧାନ/ଏବେ ରହିଲା ଗୋଟିଏ ଗାଁ
ଆଙ୍କର- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୁଦଙ୍ଗା ପଞ୍ଚାୟତର ମୃଦଙ୍ଗା ଗ୍ରାମକୁ ମୃଦଙ୍ଗା ଓ ନଟାକଟା ନୂଆ ମୃଦଙ୍ଗା ଏପରି ୨ଟି ଗ୍ରାମ ଭାବେ ବିଭାଜନକୁ ନେଇ ଉପୁଜିଥିବା ବିବାଦର ଶୁକ୍ରବାର ସମାଧାନ ହୋଇଯାଇଛି । ଏହି ଉପଲକ୍ଷେ ଆଜି ମୃଦଙ୍ଗା ଠାରେ ଭୁବନ ତହସିଲ ପକ୍ଷରୁ ଏକ ପଲ୍ଲୀସଭାରେ ଏହି ଗ୍ରାମ ବିଭାଜନକୁ ସମସ୍ତେ ବିରୋଧ କରି ଗୋଟିଏ ଗ୍ରାମ ରହିବାକୁ ଦାବି କରିଥିଲେ । ଫଳରେ ଏହି ଗ୍ରାମ ବିଭାଜନକୁ ନେଇ ୩୭ ବର୍ଷ ବିବିଦର ସମାଧାନ ହୋଇଛି।
Body:୧୯୮୨ ମସିହାରେ ଜୈନିକ ରାଜସ୍ବ ନିରୀକ୍ଷକ ମୃଦଙ୍ଗା ଗ୍ରାମର ନଟାକଟା ସାହିରେ ବସବାସ କରୁଥିବା ୫୦ଟି ପରିବାରକୁ ମତାଇ ବିଭାଜନ କରି ନଟାକଟା ନୂଆ ମୃଦଙ୍ଗା ଭାବେ ଅନ୍ୟ ଏକ ଗାଁ କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଇଥିଲେ । ତେବେ ଗତ ୨୦୦୪ ମସିହାରେ ଜିଲ୍ଲାପାଳଙ୍କ ନିକଟରୁ ଏହି ବିଭାଜନର ଚିଠି ମୃଦଙ୍ଗା ଗ୍ରାମବାସୀଙ୍କ ନିକଟକୁ ଆସିବାରୁ ସମସ୍ତେ ଗୋଟିଏ ଗ୍ରାମକୁ ଦୁଇଟି ଗ୍ରାମରେ ପରିଣତ କରାଯାଉଛି ବୋଲି ଜାଣିଥିଲେ । ଯାହାକୁ ନେଇ ବିବାଦ ଦେଖାଯାଇଥିଲା। ଏପରିକି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ତେବେ ଶୁକ୍ରବାର ଭୁବନ ତହସିଲଦାର ଶକ୍ତିକାନ୍ତ ରାୟ ମୃଦଙ୍ଗା ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଓ ସ୍ଥାନୀୟ ମହୁଲପାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଅଶୋକ ଦତ୍ତଙ୍କ ଉପସ୍ଥିତିରେ ଏକ ପଲ୍ଲୀ ସଭା କରାଯାଇ ପୁଃଖାନୁପୁଂଖ ଆଲୋଚନା କରାଯାଇଥିଲା । ମୃଦଙ୍ଗା ଗ୍ରାମର ସମସ୍ତ ପୁରୁଷ ଓ ମହିଳା ତହସିଲଦାରଙ୍କ ସମ୍ମୁଖରେ ଗ୍ରାମ ବିଭାଜନକୁ ବିରୋଧ କରିଥିଲେ । Conclusion:ପଲ୍ଲୀ ସଭାରେ ଏକ ମତକୁ ନଜରରେ ରଖି ତହସିଲଦାର ଆଇନ ଅନୁଯାଇ ଗୋଟିଏ ଗ୍ରାମ ହୋଇ ରହିବ ବୋଲି ପ୍ରତିଶୃତି ଦେବା ସହ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିବାରୁ ଦିର୍ଘ ବର୍ଷର ବିବାଦର ଅନ୍ତ ହୋଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.