ETV Bharat / state

ଢେଙ୍କାନାଳରେ ଆଉ ନୂଆ ୩୬ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯କୁ ବୃଦ୍ଧି - corona positive cases

ଜିଲ୍ଲାରେ ପୁଣି ୩୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ସଂଖ୍ୟା ୫୨୯କୁ ବୃଦ୍ଧି ପାଇଛି । ସେପଟେ ଚିକିତ୍ସା ପରେ 47 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅଧିକ ପଢନ୍ତୁ...

ଢେଙ୍କାନାଳରେ ଆଉ ନୂଆ ୩୬ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯କୁ ବୃଦ୍ଧ

author img

By

Published : Aug 8, 2020, 5:01 PM IST

ଢେଙ୍କାନାଳ: ରାଜ୍ୟର ସମସ୍ତ ଜିଲ୍ଲାରେ କୋରୋନା କାୟା ବିସ୍ତାର କରିଚାଲିଛି । ଏପରିସ୍ଥଳେ ଢେଙ୍କାନାଳ ଜିଲ୍ଲାରେ ଶନିବାର ୩୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଢେଙ୍କାନାଳ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨୯କୁ ବୃଦ୍ଧି ପାଇଛି।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଓଡାପଡା ବ୍ଳକରୁ ୨୪, ଗଦିଁଆ ବ୍ଳକରୁ ୫, ସଦର ବ୍ଳକ ଓ ଭୁବନ ଏନଏସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଢେଙ୍କାନାଳ ପୌରାଞ୍ଚଳରୁ ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ପୋରାଞ୍ଚଳ ସଂଗରୋଧ କେନ୍ଦ୍ର ଓ ଦକ୍ଷିଣକାଳୀରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ପୋଲିସ ଲାଇନରୁ ଚିହ୍ନଟ ହୋଇଛନ୍ତି । ସଦର ବ୍ଳକ ବେଗୁନିଆ, ଭୁବନ ଏନଏସି ଓ୍ବାର୍ଡ ନଂ୯, ଗଁଦିଆ ମହୁଲ ଖୋଳି, ଲତାବାଇଁସିଆ ଓ ବଲ୍ଲଭରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳରେ ଆଉ ନୂଆ ୩୬ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯କୁ ବୃଦ୍ଧ
ଢେଙ୍କାନାଳରେ ଆଉ ନୂଆ ୩୬ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯କୁ ବୃଦ୍ଧ

ସେହିପରି ଓଡାପଡା ବ୍ଳକର ୨୪ ଜଣ ମଧ୍ୟରୁ ଗୋବିନ୍ଦ ପ୍ରସାଦ ସଗଂରୋଧ କେନ୍ଦ୍ରରୁ ଜଣେ, ନାଧେରା ଗ୍ରାମରୁ ୮, ଗୁଣ୍ଡିଚାପଡାରୁ ୧୩, ଓଡାପଡା ଓ କାଉଁରିଆପାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସଂଗରୋଧ କେନ୍ଦ୍ରରେ ରହୁଥିବାବେଳେ ୨୫ ଜଣ ଆକ୍ରାନ୍ତ ହୋମକ୍ବାରେଣ୍ଟାଇନରୁ, ୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ଜଣେ ଏସସିବି ମେଡିକାଲରୁ ଚିହ୍ନଟ ହୋଇଛନ୍ତି ।

ଓଡାପଡା ବ୍ଳକର ୨୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ସଂଗରୋଧ କେନ୍ଦ୍ର, ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଜିଲ୍ଲାରେ ଚିକିତ୍ସା ପରେ ଆଜି (ଶନିବାର) ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୫୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୧୭ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୧୨ ଜଣ ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.