ଢେଙ୍କାନାଳ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏପଟେ ଆଜି ପୁଣି ଢେଙ୍କାନାଳ ଜିଲ୍ଲାରେ ୩କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୫୬ରେ ପହଞ୍ଚିଛି ।
3ଜଣ ପଜିଟିଭ ମଧ୍ୟରୁ କଙ୍କଡାହାଡ ବ୍ଲକର କରୋଡାମାଳି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଏବଂ ଗଡପଳାଶୁଣି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 2ଜଣ ମହାରାଷ୍ଟ୍ରରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେହିପରି ଓଡାପଡା ବ୍ଲକର ଘଟିପିରି ସଙ୍ଗରୋଧ କେନ୍ଦ୍ରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ହରିଆଣାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କର ସ୍ବାବ ପରୀକ୍ଷା କରାଯିବା ପରେ ୨୦ଜୁନ ସଂନ୍ଧ୍ୟାରେ ରିପୋର୍ଟ ପଜିଟିଭ ଆସିଥିଲା ।
ସେମାନଙ୍କୁ ତାଳଚେରସ୍ଥିତ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଉକ୍ତ ସଙ୍ଗରୋଧ କେନ୍ଦ୍ରଗୁଡିକୁ ବିଶୋଧନ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ