ETV Bharat / state

ବନବିଭାଗର ଚଢ଼ାଉରେ 3 ଶିକାରୀ ଗିରଫ, ହରିଣ ଛାଲ ଜବତ

author img

By

Published : Nov 8, 2020, 5:11 PM IST

ଢେଙ୍କାନାଳ ବନ ବିଭାଗ ପକ୍ଷରୁ କପିଳାସ ବନାଞ୍ଚଳର ରାମେଇ ଖମାର ଅଞ୍ଚଳରୁ ଚଢାଉ କରାଯାଇ 3ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

3 ଶିକାରୀ ଗିରଫ, ହରିଣ ଛାଲ ଜବତ
3 ଶିକାରୀ ଗିରଫ, ହରିଣ ଛାଲ ଜବତ

ଢେଙ୍କାନାଳ: ଶିକାରୀଙ୍କ ଉପରେ ବନବିଭାଗର ଚଢ଼ାଉ । ଢେଙ୍କାନାଳ ବନ ବିଭାଗ ପକ୍ଷରୁ କପିଳ।ସ ବନାଞ୍ଚଳରେ ଚଢ଼ାଉ କରାଯାଇ 3ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ ହୋଇଥିବାବେଳେ 3ଟି ହରିଣ ଚମଡା ଉଦ୍ଧାର କରାଯାଇଛି ।

ହରିଣ ଛାଲ ଜବତ
ହରିଣ ଛାଲ ଜବତ

କପିଳାସ ବନାଞ୍ଚଳର ରାମେଇ ଖମାର ଅଞ୍ଚଳରୁ ଏହି 3 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି ଜଣ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ରାମେଇ ଖମାର ଗ୍ରାମର କାମାକ୍ଷା କପିଳେଶ୍ବର ପିଙ୍ଗୁଆ, ପିର ବାଦ୍ରା ଓ ଅଶୋକ ନାଥ ।

ଏମାନେ କପିଳାଶ ଅଭୟରଣ୍ୟରୁ ହରିଣ ଶିକାର କରି ମାଂସ ଓ ଚମଡା ବାହାରକୁ ଚାଲାଣ କରିଥାନ୍ତି । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ସ୍କ୍ବାର୍ଡ ରାମେଇ ଖମାର ଗ୍ରାମରେ ଏହି ଚଢ଼ାଉ କରି, ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.