ଢେଙ୍କାନାଳ: ପୁଣି 28ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍ (ଏମପି) କରାଯାଇଛି । ମାଟ୍ରିକ ପରୀକ୍ଷାର ୪ର୍ଥ ଦିନରେ ଢେଙ୍କାନାଳ ଜିଲ୍ଲାରେ କପି କରି 28ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍ କରାଯାଇଛି ।
ସୂଚନା ଅନୁଯାୟୀ, ବୁଧବାର ଗଣିତ ପରୀକ୍ଷା ଥିଲା । ଯେଉଁ ପରୀକ୍ଷାରେ ୨୮ ଜଣ ଛାତ୍ରଛାତ୍ରୀ କପି କରୁଥିବା ବେଳେ ଧରାପଡିବାରୁ ସେମାନଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ସେଥି ମଧ୍ୟରେ ହିନ୍ଦୋଳ ବ୍ଲକ ପାରିକୂଳ ହାଇସ୍କୁଲର ସର୍ବାଧିକ ୧୩ଜଣ କପି ଧରାପଡିଥିବା ଜଣାପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ