ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ ୨୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୨୩ ଜଣ ଗୃହ ସଂଗରୋଧରୁ ଓ ହସ୍ପିଟାଲରୁ ୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ଗଦିଁଆ ବ୍ଲକରୁ ୪୯ ଜଣ, କଙ୍କଡାହାଡ ବ୍ଲକରୁ ୩ ଜଣ, ସଦର ବ୍ଲକରୁ ୩୮, ପରଜଙ୍ଗରୁ ୭, ଢେଙ୍କାନାଳ ମୁନିସପାଲଟିରୁ ୪୭, ହିନ୍ଦୋଳରୁ ୩୧, ଓଡାପଡାରୁ ୩୬ କାମାକ୍ଷାନଗରରୁ ୧୦, କାମାକ୍ଷାନଗର ଏନଏସିରୁ ୪, ହିନ୍ଦୋଳ ଏନଏସିରୁ ୪ ଜଣ, ଭୁୁବନ ବ୍ଲକରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜେଟିଭ ସଂଖ୍ୟା ୧୪୫୯୮ ପହଞ୍ଚିଛି ।
ସେପଟେ ଆଜି ୫୮୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ଆଜି ପଜିଟିଭ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ବଢିଛି । ମୋଟ ଜିଲ୍ଲାରେ ୧୦୫୬୦ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ୪୦୦୦ଜଣ ଚିକତ୍ସାଧୀନ ଅଛନ୍ତି ।
ତେବେ ଆଜି ଜଣେ ବ୍ୟକ୍ତିଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହିନ୍ଦୋଳ ବ୍ଲକ ପଞ୍ଚପଡା ଗ୍ରାମର ୭୨ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ