ETV Bharat / state

Mishap at Steel Plant: ଟାଟା ଷ୍ଟିଲ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟି ୧୯ ଗୁରୁତର - ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ

ଢେଙ୍କାନାଳ ଜିଲ୍ଲାର କଣ୍ଟା ବଣିଆ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ୧୯ କର୍ମଚାରୀ ଗୁରୁତର । ଅଧିକ ପଢନ୍ତୁ

Mishap at Steel Plant
Mishap at Steel Plant
author img

By

Published : Jun 13, 2023, 3:49 PM IST

Updated : Jun 13, 2023, 10:03 PM IST

ଘଟଣା ସ୍ଥଳରେ ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି
ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୧୯ ଗୁରୁତର

ଢେଙ୍କାନାଳ/ଅନୁଗୋଳ: ଢେଙ୍କାନାଳ କଣ୍ଟାବଣିଆ ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଷ୍ଟିମ ପାଇପ୍ ଲାଇନ୍ ଫାଟିଯିବା କାରଣରୁ ଘଟିଛି ବିସ୍ଫୋରଣ । ଏହି ଅଘଟଣରେ ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ୧୯ ଗୁରୁତରଙ୍କୁ କଟକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ କରୁଛି । ସେପଟେ ଟାଟା ଷ୍ଟିଲ ପକ୍ଷରୁ ଟ୍ବିଟ କରାଯାଇ ଘଟଣାକୁ ନେଇ ଦୁଃଖପ୍ରକାଶ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି ମଧ୍ୟ ପ୍ଲାଣ୍ଟ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପ୍ରାଥମିକ ସୂଚନା ଅନୁସାରେ ଗ୍ୟାସ ଲିକ୍‌ ହେବା ପରେ ପ୍ଲାଣ୍ଟରେ ଷ୍ଟିମ ପାଇପ ଫାଟିଯିବାରୁ ବିସ୍ଫୋରଣ ଘଟିଛି । ସେଠାରେ କାର୍ଯ୍ୟରତ ଥିବା କିଛି ଶ୍ରମିକ ଓ ଇଞ୍ଜିନିୟର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଉପରେ ଗରମ ପାଣି ପଡ଼ିଯିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଦେହ କିଛି ମାତ୍ରାରେ ପୋଡ଼ି ଯାଇଥିବା କୁହାଯାଉଛି । ଗୁରୁତର ଥିବା ୧୯ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ପ୍ଲାଣ୍ଟ ଭିତରେ ଥିବା ମେଡିକାଲ ଟିମ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କଟକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ବି ପଢନ୍ତୁ- ଭୂମିକମ୍ପରେ ଥରିଲା ଉତ୍ତର ଭାରତ, 5.4 ତୀବ୍ରତା ରେକର୍ଡ

ଏହି ବିସ୍ଫୋରଣ ପ୍ରାୟ ୧ଟା ବେଳେ ଘଟିଥିବା ଜଣାପଡ଼ିଛି । ୧୯ ଗୁରୁତରଙ୍କ ମଧ୍ୟରୁ ୨ ଜଣ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଏନେଇ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି, "ଗରମ ପାଣି ଥିବା ଭଲ୍‌ବଟି ହଠାତ ଖୋଲି ଯାଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ଥିବା ୧୯ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି ।"

ଦୁର୍ଘଟଣାକୁ ନେଇ ଟାଟା ଷ୍ଟିଲ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଟାଟା ଷ୍ଟିଲ ପକ୍ଷରୁ କୁହାଯାଇଛି, " BFPP2 ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ନେଇ ଆମେ ଦୁଃଖିତ । ଦୁର୍ଘଟଣାଟି ଅପରାହ୍ନ ୧ଟା ସମୟରେ ଘଟିଛି । ଏହି ସମୟରେ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଆହତ ହୋଇଛନ୍ତି । ଆମେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛୁ । ଦୁର୍ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଜରୁରୀକାଳୀନ ପ୍ରୋଟକଲ ଗ୍ରହଣ କରାଯାଇଥିଲା । ବର୍ତ୍ତମାନ ପ୍ଲାଣ୍ଟକୁ ବନ୍ଦ ରଖାଯାଇଛି ।"

ଘଟଣାସ୍ଥଳରେ ଢେଙ୍କାନାଳ ଜିଲ୍ଲାପାଳ ଓ ଏସପି:- ଅନ୍ୟପଟେ ଘଟଣାସ୍ଥଳରେ ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଜିଲ୍ଲାପାଳ ଓ ଏସପି। ପାଇପ ଲାଇନରେ ଲିକ୍‌ ଯୋଗୁଁ ଅଘଟଣ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାରଖାନାରେ ଯାଞ୍ଚ ପରେ ସଠିକ ତଥ୍ୟ ଜଣାପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିବାବେଳେ ଏପଟେ କାରଖାନାରୁ କାମ ସାରି ଫେରୁଥିବା ଶ୍ରମିକମାନେ ଭୟଭୀତ ଥିବା ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରେ ଚାରିପଟୁ ସିଲ କରାଯାଇଛି। କାରଖାନା ପକ୍ଷରୁ ସୁରକ୍ଷା ବଳ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି।

ତେବେ ଏହି ଦୁର୍ଘଟଣା ସମୟରେ ସଠିକ ଭାବେ କେତେ ଜଣ କର୍ମଚାରୀ ଓ ଶ୍ରମିକ ଦୁର୍ଘଟଣା ସ୍ଥଳରେ କାର୍ଯ୍ୟରତ ଥିଲେ ବା କାହାର ମୃତ୍ୟୁ ଘଟିଛି ସେ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ପାଲଟା ଦୁର୍ଘଟଣା ପରେ କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଛି। କାହାକୁ ବି କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ । ଫଳରେ କାରଖାନା ବାହାରେ ସ୍ଥାନୀୟ ଲୋକ ଓ ଶ୍ରମିକ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଇଟିଭି ଭାରତ, ଢେଙ୍କାନାଳ/ଅନୁଗୋଳ

Last Updated : Jun 13, 2023, 10:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.