ETV Bharat / state

୧୮୦ ଲିଟର ମହୁଲି ମଦ ଜବତ, 8 ଗିରଫ

author img

By

Published : Dec 6, 2020, 4:47 PM IST

ଭୁବନର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, 180 ଲିଟର ମହୁଲି ମଦ ସହ 8 ଅଭିଯୁକ୍ତ ଗିରଫ । ପଢନ୍ତୁ ଅଧିକ....

୧୮୦ ଲିଟର ମହୁଲି ମଦ ଜବତ, 8 ଗିରଫ
୧୮୦ ଲିଟର ମହୁଲି ମଦ ଜବତ, 8 ଗିରଫ

ଢେଙ୍କାନାଳ: ଭୁବନର ବିଭିନ୍ନ ସ୍ଥାନରେ ଚଢାଉ କରି ୧୮୦ ଲିଟର ମହୁଲି ମଦ ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଏହି ଅଭିଯୋଗରେ 8 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନିରଦ କୁମାର ସାହୁ, ଚୁଗୁଲି ସାହୁ , ଗୋଲେଖ ଚନ୍ଦ୍ର ସାହୁ , ସୁରପ୍ରତାପପୁର ଗ୍ରାମର କୈଳାଶ ମଲ୍ଲିକ ,ପର୍ଶୁରାମ ପୁହାଣ, ସନାତନ ଦେଓ , ଓଡିଶ ଗ୍ରାମର ସୁରେଶ ପାତ୍ର ଓ ଦୁର୍ଗା ଚରଣ ସେଠୀ ବୋଲି ସୂଚନା ମିଳିଛି ।

୧୮୦ ଲିଟର ମହୁଲି ମଦ ଜବତ, 8 ଗିରଫ

ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଶୀ ମଦ କାରବାର ହେଉଥିବା ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଓ କାମାକ୍ଷାନଗର ଅବକାରୀ କର୍ମଚାରୀଙ୍କ ସହାୟତାରେ ଭୁବନ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରିଥିଲେ । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି । ଏହି ଅପରେସନରେ ଢେଙ୍କାନାଳ ଅବକାରୀ ବିଭାଗ ଅଧିକାରୀ ସମିର କୁମାର ମହାନ୍ତି , କାମାକ୍ଷାନଗର ଅବକାରୀ ଅଧିକାରୀ ମାନସି ସାହୁ ନେତୃତ୍ବ ନେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.